କବି
କବିର କଳ୍ପନା ତା ଅନ୍ତ ଭାବନା
କବିତାରେ ଯାଏ ଝରି
ଶବ୍ଦକୁ ଶବ୍ଦରେ ଉପମା ଛନ୍ଦରେ
ସଜାଇ ମାଧୁର୍ଯ୍ୟ ଭରି
ବିଷାଦ ଯନ୍ତ୍ରଣା ଯୋଗାଏ ପ୍ରେରଣା
ଅୟୁତ ଭାବନା ଭରେ
ଲେଖିଦିଏ ବ୍ୟଥା ଲେଖନୀ ମୁନରେ
କବିତାରେ ହୁଏ ଗଣା
ପାରିବ କି ରହି ସଂକୁଚିତ ହୋଇ
କବିଟିଏ ବନ୍ଧନରେ,
ହୃଦୟର କଥା ଅନ୍ତରର ବ୍ୟଥା
ଝରିଯିବ ଲେଖନୀରେ.
କଳ୍ପନା ବିଳାସୀ ପ୍ରକୃତି ପ୍ରେୟସୀ
ଭରା ତାର ଅନ୍ତଶ୍ୱର
ଝରିଆସେ କେତେ ଶବ୍ଦର ମାଧୁର୍ଯ୍ୟ
ରୂପ ନେଇ କବିତାର.
କବିଟିଏ ହେବା ନୁହଇଁ ସହଜ
ସାରସ୍ୱତ ଆଶୀର୍ବାଦ
କଥାକୁ ସଜାଇ ରସରେ ଭିଜାଇ
ଭରିଦିଏ ଅନୁରାଗ.
କାମ କ୍ରୋଧ ଲୋଭ ସବୁରି ଉର୍ଦ୍ଧରେ
ଚିନ୍ତା ଚେତନାରେ ବଶ,
ଦରଦୀ ହୃଦୟ ବୁଝିପାରେ ଏକା
ବେଦନାର ଅନୁପ୍ରାସ.
ସୁଜାତା ଦାସ
ମିତ୍ରପୁର
ବାଲେଶ୍ୱର