ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଡାବୁଗାଁ, ୩/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ କିପରି ସ୍ଵାଧୀନତା ଦିବସ ପାଳନ କରାଯିବ, ବିଭିନ୍ନ କମିଟି ଗଠନ, ଅତିଥି ଚୟନ, ଅଗଷ୍ଟ ୧୨ ତାରିଖ ଦିନ ବ୍ଲକ ସ୍ତରୀୟ ପ୍ରତିଯୋଗୀତା, ଅଗଷ୍ଟ ୧୪ ତାରିଖ ଦିନ ପ୍ୟାରେଡ ଅଭ୍ୟାସ ଅନୁଷ୍ଠିତ ହେବା ନେଇ ଆଲୋଚନା ହୋଇଥିଲା | ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ | ଏହି ବୈଠକରେ ବିଡିଓ ଶରତ ମାଝି, ବିଜେଡି ବରିଷ୍ଠ ନେତା ଏମ୍॰ଆପ୍ପା ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ସବଇନିସ୍ପେକ୍ଟର ବିଜୁରାମ ବାଗ, ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା ଓ ହେମେନ୍ଦ୍ରନାଥ ବେହେରା, ଶିକ୍ଷୟତ୍ରୀ ବନଲତା ମହାନ୍ତି, କ୍ରିଡା ଶିକ୍ଷକ ହେମନ୍ତ କୁମାର ସାମଲ, ଶିକ୍ଷକ ବଲ୍ଲଭ ନାରାୟଣ ପଣ୍ଡା, ବିଶ୍ଵେଶ କୁମାର ତ୍ରିପାଠୀ, ବିକାଶ ରଞ୍ଜନ ନିଶଙ୍କ, ଉମେଶ ପାତ୍ର, ପ୍ରଦୀପ ସାହୁ, ବରିଷ୍ଠ ନାଗରିକ ନିତ୍ୟାନନ୍ଦ ମହାନ୍ତି, ସିମାଞ୍ଚଳ ଦାସ, ଆର. ପ୍ରକାଶ ରାଓ, ଅମୂଲ୍ୟ ଦଳାଇ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ | ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ବୈଠକକୁ ପରିଚାଳନା କରିଥିଲେ |