ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ଯନ୍ତ୍ରାଂଶ ଚୋରି
ବସ୍ତା,11/08 : ବସ୍ତା ଥାନା ବ୍ରାହ୍ମଣଦା ପଞ୍ଚାୟତ କାର୍ଯ୍ୟାଳୟର ଆମ ବ୍ୟାଙ୍କରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ବିଦ୍ୟୁତ ଯନ୍ତ୍ରାଂଶ ଚୋରି ହୋଇଯାଇଛି। ସୂଚନା ଅନୁସାରେ ଜାମୁଶୂଳି ଇକୋ ବ୍ୟାଙ୍କ ଶାଖା ପକ୍ଷରୁ ବ୍ରାହ୍ମଣଦା ପଞ୍ଚାୟତ ଅଫିସ୍ କାର୍ଯ୍ୟଳୟରେ ଏକ ମିନି ଶାଖା ଖୋଲାଯାଇଛି। ସିଏସପି ପ୍ଲସ୍ ର ପରିଚାଳିକା ଇତିଶ୍ରୀ ବେହେରା ସବୁଦିନ ଭଳି ଗତକଲି ମଧ୍ୟ ତାଙ୍କର କାର୍ଯ୍ୟ ସାରି ବ୍ୟାଙ୍କରେ ତାଲା ପକେଇ ଆସିଥିଲେ। ଆଜି ରବିବାର ବ୍ୟାଙ୍କ ଛୁଟି ଥିବାବେଳେ ବ୍ୟାଙ୍କ ସମ୍ମୁଖରେ ଥିବି ସିସିଟିଭିକୁ କେହି ଉପରକୁ ଟେକିଦେଇଥିବା ଦେଖି ସ୍ଥାନୀୟ ଲୋକେ ଇତିଶ୍ରୀଙ୍କୁ ଖବର ଦେଇଥିଲେ। ଇତିଶ୍ରୀ ସଙ୍ଗେସଙ୍ଗେ ବ୍ୟାଙ୍କକୁ ଯାଇ ଦେଖିଲା ବେଳକୁ ଭିତରେ ଥିବା କମ୍ପ୍ୟୁଟର, କ୍ୟାମେରା, ହାଡ଼ଡିସ୍କ,ପ୍ରିଣ୍ଟର, ଜେରେକ୍ସ ମେସିନ, ତିନୋଟି ପଙ୍ଖା ସହିତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ରକୁ ଦୃର୍ବୁତ୍ତ ଚୋରାଇ ନେଇଥିବା ଜାଣିବାକୁ ପାଇଥିଲେ। ପରେ ଏନେଇ ଇତିଶ୍ରୀ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଖବର ଦେବା ସହିତ ବସ୍ତା ଥାନାରେ ଲିଖିତ ଅଭିଯୋଗ କରନ୍ତି। ଅଭିଯୋଗ ପାଇ ପୋଲିସ ତଦନ୍ତ ଜାରି ରଖିଛି।
———-+—————–+-+—-+—–+——
ରୂପସା ସ୍ୱାସ୍ଥ୍ୟକେନ୍ଦ୍ରରେ ଜାତୀୟ କୃମିନାଶକ ଦିବସ
ବସ୍ତା,11/08 : ରୂପସା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ବୀଣାପାଣି ଶିଶୁମନ୍ଦିରରେ ଶନିବାର ଜାତୀୟ କୃମିନାଶକ ଦିବସ ପାଳିତ ହୋଇଛି । ଆୟୋଜିତ ସଚେତନତା ସଭାରେ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସାହୁ ପୌରହିତ୍ୟ କରିଥିଲେ । ଡା. ସୁଭାଶିଷ ମହାନ୍ତି ଓ ଡା. ଦୁର୍ଗାମାଧବ ଦେ ଯୋଗଦେଇ ଶରୀରରେ କୃମି ହେବାର କାରଣ ଓ ପ୍ରତିକାର ସମ୍ପର୍କରେ ସଚେତନ କରାଇଥିଲେ । ପୂର୍ବତନ ଜନସ୍ୱାସ୍ଥ୍ୟ ଅଧିକାରୀ ଜଗନ୍ନାଥ ସ୍ୱାଇଁ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସତ୍ୟ ସୁନ୍ଦର ଗୋସ୍ୱାମୀ ଯୋଗଦେଇ କୃମିନାଶକ ଦିବସ ପାଳନର ତାତ୍ପର୍ଯ୍ୟ ଓ ବଟିକା ସେବନର ବିଧି ସମ୍ପର୍କରେ ଆଲୋକପାତ କରିଥିଲେ । ସେକ୍ଟର ସୁପରଭାଇଜର ସୁଶାନ୍ତ କୁମାର ମାଝି, ଚନ୍ଦ୍ରକାନ୍ତି ପାଣି, ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ବିକ୍ରମ ଜେନା, ପରିଚାଳନା କମିଟି ସମ୍ପାଦକ ନିତ୍ୟାନନ୍ଦ ପଟ୍ଟନାୟକ, ସହ-ସମ୍ପାଦକ ଜଗଦିଶ ପଟ୍ଟନାୟକ, ଉପଦେଷ୍ଟା ଭିକାରୀ ଚରଣ ମିସ୍ତ୍ରୀ ଓ ସୁଧାକର ଗିିରି ପ୍ରମୁଖ ମଞ୍ଚାସୀନ ଥିଲେ । ଛାତ୍ରୀଛାତ୍ରଙ୍କୁ କୃମିନାଶକ ଔଷଧ ସେବନ କରାଯାଇଥିଲା । କଷିପଦା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ପାର୍ବତି ମୁର୍ମୁ, ପ୍ରତିଭା ଗିରି, ପ୍ରଦୀପ୍ତ ସିଂ, ଗୁରୁମା ବିଶେଶ୍ୱରୀ ପଣ୍ଡା, ଅଙ୍ଗନୱାଡ଼ି କର୍ମୀ ସନ୍ଧ୍ୟାରାଣୀ ବେହେରା, ଆଶାକର୍ମୀ ଜ୍ୟୋତ୍ସ୍ନାରାଣୀ ଦାସ ଓ ପୁଷ୍ପଲତା ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
——-+————–+——-+—+——-+—–
ଅନୁପ୍ରବେଶକାରୀଙ୍କୁ ତଡ଼ିବାକୁ ଦେବସେନାର ପ୍ରତିବାଦ
ବସ୍ତା,11/08 :ରବିବାର ଅପରାହ୍ଣରେ ବସ୍ତା ଦେବ ସେନା ପକ୍ଷରୁ ଅମର୍ଦ୍ଦାରୋଡ଼ ଷ୍ଟେସନ ସମ୍ମୁଖରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶରୁ ତଡ଼ିବା ପାଇଁ ଯଥାଶୀଘ୍ର ହଟାଇବାକୁ ହିନ୍ଦୁ ସଂଗଠନ ଦେବସେନା ବିକ୍ଷୋଭ କରିବା ସହିତ ବାଲେଶ୍ଵର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁରଙ୍କୁ ପ୍ରଦାନ କରିଛନ୍ତି। ବ୍ଳକ ଦେବସେନା ସଭାପତି ଅନ୍ତର୍ଯ୍ଯାମୀ ରାଉଳଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଜିଲ୍ଲା ସଭାପତି ଶଙ୍କର କୁମାର ଜେନା ଯୋଗ ଦେଇ ବାଂଲାଦେଶୀ ହିନ୍ଦୁ ମାନଙ୍କର ମନ୍ଦିର ଭାଙ୍ଗିବା ସହ ପୋଡ଼ିବା,ମହିଳା ମାନଙ୍କ ପ୍ରତି ଅତ୍ଯାଚାର ଓ ହିନ୍ଦୁ ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ଏବଂ ବର୍ବର ମନୋଭାବ ହିନମାନସିକତା ସୂଚାଉଥିବା କହିଥିଲେ ।ଜିଲ୍ଲା ଗୋ ସୁରକ୍ଷା ଅଧ୍ୟକ୍ଷ ମନୋଜ କୁମାର ସାମଲ, ଜିଲ୍ଲା ଆଈ ଟି ସେଲ୍ ଅଧ୍ୟକ୍ଷ ବାବୁ ପାଣି,ମିଡିଆସେଲ କୋଡିନେଟର ସୀତାକାନ୍ତ ଦାସ,ପିନାକି ନାରାୟଣ ପ୍ରହରାଜ,ଅଞ୍ଜନା ବେହେରା,ଜଗବନ୍ଧୁ ଜେନା,ବଳିଆ ଦତ୍ତ,ଟୁନା ବେହେରା,ନଟାକଟା ପଞ୍ଚାୟତ ସଭାପତି ରଘୁନାଥ ଦାସ ଯୋଗଦେଇ ନିଜ ନିଜ ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପରିଚୟ ପତ୍ର ଯାଞ୍ଚ ସମୟରେ କୌଣସି ସନ୍ଦେହ ଦେଖାଦେଲେ ସେମାନଙ୍କୁ ଅଞ୍ଚଳରୁ ବିତାଡ଼ିତ କରିବାକୁଅଞ୍ଚଳବାସୀଙ୍କୁ କହିଥିଲେ।ଏନେଇ ଅମର୍ଦ୍ଦା ଫାଣ୍ଡି ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।