ଓଡ଼ିଆ ସଂସ୍କୃତି ପଣା ସଂକ୍ରାନ୍ତି
ସୁରେନ୍ଦ୍ର କୁମାର ବେହେରା
ଆସ ବୈଶାଖ ପହିଲି କିରଣେ
ଓଡ଼ିଆ ନବ ବରଷ
ପଣା ସଂକ୍ରାନ୍ତିରେ ପଣା ଭୋଗ ଖାଇ
ଢାଳି ଦିଅ ଶୁଭାଶିଷ ।1।
ଓଡ଼ିଆ ସଂସ୍କୃତି ଆମ ପରମ୍ପରା
ହନୁମାନଙ୍କ ଜୟନ୍ତୀ
ଦେବାଦେବୀ ପିଠେ ପୂଜା ମହୋତ୍ସବ
ପଣା ପାଣିର ସଂକ୍ରାନ୍ତି ।2।
ବୈଶାଖ ମାସର ରାଶି ଚଳନରେ
ମେଷ ରାଶିକୁ ତପନ
ମେଷ ସଂକ୍ରାନ୍ତିରେ ଗ୍ରୀଷ୍ମ ଋତୁ ସାଥେ
ସୌର ମାସରେ ଗମନ ।3।
ତୁଳସୀ ଚଉଁରା ପରେ ଛାମୁଣ୍ଡିଆ
କଣା ଠେକି ବସାଯାଏ
ତୁଳସୀ ଗଛରେ ବୁନ୍ଦା ବୁନ୍ଦା ହୋଇ
ଜଳ ଟୋପା ପଡୁଥାଏ ।4।
ନଡ଼ିଆ,କଦଳୀ,ବେଲ, ଦହି,ଛେନା
ପ୍ରସ୍ତୁତ ସୁମିଷ୍ଟ ପଣା
ପଣା ଗିଲାସଟେ ପେଟରେ ପଡିଲେ
ଗ୍ରୀଷମ ପଡେନି ଜଣା ।5।
ଆମଏ ରାଇଜେ ପାଟୁଆ ଯାତରା
ଛଉ ନୃତ୍ୟ ଦଣ୍ଡ ଯାତ୍ରା
ପଣା ସଂକ୍ରାନ୍ତିରେ ଝାମୁ ଯାତ୍ରା ହୁଏ
ନିଆଁ ପରେ ପଦ ଯାତ୍ରା ।6।
ଓଡ଼ିଆର ନବ ବରଷ ଆରମ୍ଭ
ହନୁମାନ ଜନ୍ମ ଦିନ
ବୀର ହନୁମାନ ଜୟନ୍ତୀ ପାଳନ
ଗାଇ ନାମ ସଂକୀର୍ତ୍ତନ ।7।
ଏପଣା ସଂକ୍ରାନ୍ତି ଭାଇ ଚାରା ପର୍ବ
ଓଡ଼ିଆ ଜାତିର ମାନ
ସେଥି ପାଇଁ ପୂଜା ସବୁ ମନ୍ଦିରରେ
ସୁଖେ କାଟି ବାକୁ ଦିନ ।8।
ନବ ବର୍ଷ ହେଉ ଉତ୍ସବ ମୁଖର
ସଂକ୍ରାନ୍ତିରେ ପିଇ ପଣା
ଆମଏ ସଂକୃତି ଆମ ପରମ୍ପରା
ଐତିହ୍ୟ ଏଠି ପୁରୁଣା ।9।
ଜିତିପୁର,ହରିପୁର ହାଟ ,ଯାଜପୁର ।