ହାଉସ ଓନର୍ସ ୱଲଫେୟର ସୋସାଇଟି ର ବାର୍ଷିକ ସାଧାରଣ ସଭା
ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ହାଉସ ଓନର୍ସ ୱଲଫେୟର ସୋସାଇଟି ଆନୁକୁଲ୍ୟରେ ଭଞ୍ଜ ଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ବାର୍ଷିକ ସାଧାରଣ ସଭା ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉପସଭାପତି ଶଶଧର ପାତ୍ର ସ୍ବାଗତ ଅଭିଭାଷଣ ରଖିବା ସହିତ ସଦସ୍ୟ ମାନେ ପ୍ରଦାନ କରିଥିବା ଟଙ୍କା ର ସ୍ଥିତି ସମ୍ପର୍କରେ ସୁଚନା ଦେଇ ଟଙ୍କା ସମ୍ପୁର୍ଣ୍ଣ ଭାବେ ସୁରକ୍ଷିତ ଥିବା କହିଥିଲେ। ସାଧାରଣ ସମ୍ପାଦକ ଗୋପୀନାଥ ପଟ୍ଟନାୟକ ଏ ଯାବତ୍ ନିଆ ଯାଇ ଥିବା ପଦକ୍ଷେପ ଉଭୟ ରାଜନୈତିକ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ସାକ୍ଷାତ ଓ ଆଲୋଚନା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିବା ସହିତ ଆଗାମୀ ଦିନରେ ନିଆ ଯିବାକୁ ସ୍ଥିର ହୋଇ ଥିବା କାର୍ଯ୍ୟକ୍ରମ ର ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଉପଦେଷ୍ଟା ସହଦେବ ଦାଶ ତାଙ୍କର ବକ୍ତବ୍ୟ ରଖି ସଦସ୍ୟ ମାନେ ପୁର୍ଣ୍ଣ ମାତ୍ରା ରେ ସହେଯାଗ କରିବା ପାଇଁ ଅନୁରୋଧ କରିଥିଲେ। ସଭାପତି ତାଙ୍କର ଅଭିଭାଷଣରେ ସଦସ୍ୟ ମାନେ ସଦସ୍ୟତା ଶୁଳ୍କ ଦେବାରେ ଅବହେଳା କରୁଥିବାରୁ ଓ ଅନେକ ସଦସ୍ୟ ସେକ୍ଟର ପ୍ରତିନିଧି ମାନଙ୍କୁ ସହଯୋଗ କରୁ ନ ଥିବାରୁ ଦୁଃଖ ପ୍ରକାଶ କରିଥିଲେ ଓ ସଦସ୍ୟ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ସଦସ୍ୟ ମାନେ ଦେଇଥିବା ଉପାଦେୟ ପ୍ରସ୍ତାବ ମାନଙ୍କୁ ସହୃଦୟତା ର ସହିତ ଗ୍ରହଣ କରିବା ସହିତ ବିହିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ସହ ସମ୍ପାଦକ ଡ଼ା ବସନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ମୋଟ ୧୭୦ ଜଣ ସଦସ୍ୟ ଉପସ୍ଥିତ ଥିଲେ।