ସାର୍ନା ଧର୍ମ ମାନ୍ୟତା ନେଇ ଆଦିବାସୀ ସେଙ୍ଗେଲ ଅଭିଯାନ ତରଫରୁ ରାଇରଙ୍ଗପୁର ଗୋଲୋଇ ଛକରେ ରାସ୍ତାରୋକ
ମୟୂରଭଞ୍ଜ- ୩୦/୦୯ ( ମସିହା)ଆଦିବାସୀ ମାନଙ୍କର ଧର୍ମ କୋଡ଼ ‘ସାର୍ନା ଧର୍ମ’ମାନ୍ୟତା ପାଇଁ ଦିର୍ଘବର୍ଷ ଧରି ଆଦିବାସୀଙ୍କ ମଧ୍ୟରେ ଆନ୍ଦୋଳନ ଜାରି ରହିଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଜିଯାଏଁ ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି ।ଭାରତରେ ୧୫ କୋଟିରୁ ଉର୍ଦ୍ଧ୍ବ ଆଦିବାସୀ ଲୋକେ ବସବାସ କରୁଛନ୍ତି । ସେମାନଙ୍କର ଧର୍ମ ସ୍ଵତନ୍ତ୍ର ସାର୍ନା ଧର୍ମ ରହିଛି ।ଧର୍ମ ର କୋଡ଼ ଏକ ଜାତିକୁ ଏକତା ସୂତ୍ରରେ ଯୋଡି ଥାଏ ।ଭାରତର ମହାମହିମ ରାଷ୍ଟ୍ରପତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମୟୂରଭଞ୍ଜ ସାଂସଦ,ସମେତ ମୟୂରଭଞ୍ଜ,କେନ୍ଦୁଝର,ସୁନ୍ଦରଗଡ଼ ର ସାଂସଦ, ଅଧିକାଂଶ ଵିଧାୟକ/ ବିଧାୟିକା ମାନେ, ଝାରଖଣ୍ଡ, ପଶ୍ଚିମବଙ୍ଗ,ଆସାମ ପ୍ରଭୃତି ଅଂଚଳରେ ଆଦିବାସୀ ବର୍ଗରୁ ପ୍ରତିନିଧିତ୍ଵ କରୁଛନ୍ତି । କିନ୍ତୁ କେହି ସାର୍ନା ଧର୍ମ କୋଡ ମାନ୍ୟତା ନେଇ ଆଓ୍ବାଜ ଉଠାଉ ନାହାନ୍ତି । ସାର୍ନା ଧର୍ମ ମାନ୍ୟତା ନେଇ ଆଦିବାସୀ ସେଙ୍ଗେଲ ଅଭିଯାନ ତରଫରୁ ରାଇରଙ୍ଗପୁରରେ ଓଡ଼ିଶା ମହିଳା ମୋର୍ଚ୍ଚା ସଭାନେତ୍ରୀ ମାଲହ ମାର୍ଣ୍ଡୀଙ୍କ ନେତୃତ୍ୱରେ ରାଇରଙ୍ଗପୁର ଗୋଲେଇ ଛକରେ ରାସ୍ତା ଅବରୋଧ କରାଯାଇଥିଲା ।ଭାରତର ସମସ୍ତ ନାଗରିକଙ୍କୁ ଧର୍ମ କୋଡ ମାନ୍ୟତା ଦେଇ ସ୍ବତନ୍ତ୍ରତା ଦିଆଯାଇଛି । ଆଦିବାସୀମାନେ ଧର୍ମ କୋଡ଼ ମାନ୍ୟତା ନ ପାଇବା ଫଳରେ ସେମାନଙ୍କ ଅସ୍ତିତ୍ବ,ପରିଚୟ, ଭାଗିଦାରୀ ଅଧିକାର, ମାନବତାର ପରିଚୟ,, ସହିତ ଆଦିବାସୀଙ୍କ ଭାଷା, ସଂସ୍କୃତି,ପରମ୍ପରା ଲୋପ ପାଇବାରେ ଲାଗିଛି । ଅଧିକାଂଶ ଆଦିବାସୀମାନେ ବର୍ତ୍ତମାନ ଧର୍ମ ପରିବର୍ତନ କରିବାକୁ ବାଧ୍ୟ ହେଉଛନ୍ତି ।ଏଭଳି ଯଦି ଆଗକୁ ହୁଏ ଆଦିବାସୀ ସମାଜ ଲୋପ ପାଇଯିବ ।ତତ୍ ସହିତ ଆଦିବାସୀ ଗ୍ରାମ ସମାଜରେ ସମ୍ବିଧାନ ଆଇନ ଏବଂ ଗଣତନ୍ତ୍ର ବ୍ୟବସ୍ଥା ଲାଗୁ ନ ହେଲେ ଡାହାଣୀ ନାମରେ ହତ୍ୟା,କଙ୍ଗାରୁ କୋର୍ଟ ଦ୍ବାରା ମନଇଛା ଜୋରିମାନା, ସାମାଜିକ ବାସନ୍ଦ,ନିଶା ସେବନ, କୁକୁଡ଼ା ଲଢେ଼ଇ,ଜୁଆ ଖେଳ,ଅନ୍ଧ ବିଶ୍ବାସ ଭଳି ଅନେକ ଅମାନବୀୟ ଅତ୍ୟାଚାର ଚାଲୁ ରହିବ । ଆଜିର ଏହି ବନ୍ଦ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଜୋନାଲ ସଭାପତି କାଳୁରାମ ମୁର୍ମୁ, ଉପସଭାପତି ଚନ୍ଦନ ସୋରେନ୍,ଜାମଦା ବ୍ଳକ ସଭାପତି ଧାନାଇ ମୁର୍ମୁ,ଉଜୁ ମୁର୍ମୁ,ବାଢା ଟୁଡୁ, ଲାଲମୋହନ କିସ୍କୁ,ନାରାନ ମୁର୍ମୁ, ଲାଲମୋହନ ଟୁଡୁ,, ଧନେଶ୍ଵର ହାଁସଦା, ଆନନ୍ଦ ହାଁସଦା,ମମତା ମାର୍ଣ୍ଡୀ,ଜବା ମୁର୍ମୁ,ସିନଗୋ ହାଁସଦା,ପମା ଟୁଡୁ,ଶ୍ୟାମ ବାସ୍କେଙ୍କ ସମେତ ବହୁ ସେଙ୍ଗେଲ ଅଭିଯାନ ସଦସ୍ୟ/ ସଦସ୍ୟା ଯୋଗ ଦେଇଥିଲେ ।