ଜୁନାପାଣି ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ
ଡାବୁଗାଁ, ୨/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଅଧିନ ଜୁନାପାଣି ଗ୍ରାମ ପଞ୍ଚାୟତ ପରିସରରେ ସ୍ଵତନ୍ତ୍ର ଗ୍ରାମସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଜୁନାପାଣି ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରଯାଇଥିଲା | ଗ୍ରାମ ପଞ୍ଚାୟତ ପରିସରରେ ସରପଞ୍ଚ ଦୟାନିଧି ଭତ୍ରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପସ୍ଥିତ ଅଧିକାରୀ ମାନେ ଶିଶୁ ଶିକ୍ଷା, ଅଧାରୁ ପାଠ ଛାଡିଥିବା ପିଲା, ଉନ୍ନତ ସ୍ୱାସ୍ଥ୍ୟ ଓ ପୋଷଣ, ମହିଳା ମାନଙ୍କ ସମସ୍ୟା ଓ ବୟସ୍କ ବ୍ୟକ୍ତି ଙ୍କ ଅଭିଜ୍ଞତା ଉପରେ ଆଲୋଚନା ହୋଇଥିଲା | ଏଥିରେ ପଞ୍ଚାୟତର ଶ୍ରେଷ୍ଠ ବ୍ୟକ୍ତି ଦଇନୁ ପୂଜାରୀ, ଅନାଦି ପୂଜାରୀ ଓ କୁଶ ଗୌଡ, ଶ୍ରେଷ୍ଠ ଶିକ୍ଷକ ପୃଥୀବାସ ହରିଜନ, ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ବୀଣାପାଣି ଜେନା, ଶ୍ରେଷ୍ଠ ସ୍ୱାସ୍ଥ୍ୟ କର୍ମୀ (ମହିଳା) ସୁପ୍ରିୟା ସ୍ଵାଇଁ, ଶ୍ରେଷ୍ଠ ଆଶା କର୍ମୀ ମନୋଜୀ ନାୟକ, ଶ୍ରେଷ୍ଠ ସ୍ଵୟଂ ସହାୟକ ଗୋଷ୍ଠୀ ଜଗତ ଜନନୀ ସ୍ଵୟଂ ସହାୟକ ଗୋଷ୍ଠୀ ରାବଣାଗୁଡା, ଶ୍ରେଷ୍ଠ ସିଆରପି ଦଇମତି ଭତ୍ରା, ଶ୍ରେଷ୍ଠ ୱାର୍ଡ ସଭ୍ୟ ଧନପତି ଭତ୍ରା, ଶ୍ରେଷ୍ଠ ଖେଳାଳି ରମେଶ ଭତ୍ରା, ଶ୍ରେଷ୍ଠ ବନରକ୍ଷୀ କାର୍ତ୍ତିକ ମାଝି ଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ମାନୀତ କରଯାଇଥିଲା | ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବିଡିଓ ଶରତ ମାଝୀ, ଜିଲା ପରିଷଦ ଧନସିଂ ଭତ୍ରା, ଡାବୁଗାଁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଜୁନାପାଣି ପଞ୍ଚାୟତ ସମିତି ସଭ୍ୟା ଚନ୍ଦ୍ର କଳା ଭତ୍ରା, ନାଏବ ସରପଞ୍ଚ ଲାୟନବତୀ ଭତ୍ରା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚନ୍ଦ୍ର ମୋହନ ବାଘ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହଳଧର ଜାନୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଦକ୍ଷତା ବ୍ଳକ ସହଭାଗୀ ମୋନାଲ ପରିଡ଼ା ଓ ଅନ୍ୟମାନେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପରିବେଶ ସ୍ୱଚ୍ଛ ରଖିବା ଓ ସଚେତନ କରିବା ନେଇ ଶପଥ ପାଠ କରାଯାଇଥିଲା ।