ରାଜନଗର ବ୍ଲକ ମାଟିର ଗର୍ବ ଗୌରଵ ଆଣିଲେ ୧୬ ବର୍ଷିଆ ଯୁବକ ଉତ୍ତରାଖଣ୍ଡକୁ ହରାଇ ଚମ୍ପିୟାନ ହେଲେ
ରାଜନଗର-2.9.024 ବଣ ମଲ୍ଲୀ ବଣରେ ଫୁଟି ମହକୁ ଥିଲେ ମଧ୍ୟ ତାର ବାସନାକୁ କେହି ଗୁରୁତ୍ବ ନଦେବାରୁ ସିଏ ମ଼ଉଳିଯାଈ ଅନାବନା ହୋଇ ପଡି ରହେ।କିନ୍ତୁ ତାର ମ଼ହତ୍ବ କେହି ବୂଝିପାରନ୍ତି ନାହିଁ।ଏମିତି ଅନେକ ପ୍ରତିଭାବାନ ଯୁବକ ଯୁଵତୀ ଗ୍ରାମାଞ୍ଚଳରେ ପଡିରହିଛନ୍ତି।ଆଜି ସେହିଭଳି ପଲ୍ଲୀ ଅଞ୍ଚଳରୁ ଜଣେ ୧୬ବର୍ଷିଆ ଉଦୀୟମାନ ଯୁବକ ଓଡିଶା କ୍ରିକେଟ ଟିମରେ ଖେଳି ଉତ୍ତରାଖଣ୍ଡକୁ ହରାଇ ଚମ୍ପିୟନ ହୋଇ ଓଡିଶା ତଥା ରାଜନଗର ବ୍ଲକ ପାଇଁ ଗୌରଵ ଆଣି ପାରିଛି। ଏହି ବ୍ଲକ ଅନ୍ତର୍ଗତ ମହୁଲିଆ ପଞ୍ଚାୟତର ରାଜଗଡ ଭଳି ପଲ୍ଲୀ ଗ୍ରାମର ପ୍ରଶାନ୍ତ କୁମାର ଦାସଙ୍କ ପୁଅ ଓମ୍ ପ୍ରକାଶ ଦାସ।ସେ ଓଡିଶାର ୧୬ବର୍ଷରୁ କମ୍ କ୍ରିକେଟ ଟିମରେ ଖେଳି ଅଧିନାୟକ ହେବାର ସୌଭାଗ୍ୟ ହାସଲ କଲେ।ଏହି ସୌଭାଗ୍ୟର ସହ ତାଙ୍କର ଓଡିଶା କ୍ରୀକେଟ ଟିମ୍ ଉତ୍ତରାଖଣ୍ଡର କ୍ରିକେଟ ଟିମ ସହିତ ଖେଳି ଉତ୍ତରାଖଣ୍ଡକୁ ପରାଜୟ କରି ଶ୍ରୀ ଓମ୍ ଚମ୍ପିୟନ ହୋଇ ଓଡିଶାକୁ ଗୌରଵାନ୍ଵିତ କରିପାରିଛନ୍ତି।ଓମଙ୍କର ଏହି କୃତିତ୍ବ ଗ୍ରାମାଞ୍ଚଳରେ ପ୍ରଭାବ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି।ଓମ୍ ଙ୍କୁ ସ୍ଵାଗଚ ଜଣାଈ ବିଜେପିର ରାଜନଗର ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଶ୍ରୀଲଳିତ କୁମାର ଵେହେରା ସ୍ବାଗତ ଜଣାଇ କହିଛନ୍ତି ସରକାର କ୍ରିଡା କ୍ଷେତ୍ରରେ ଗ୍ରାମାଞ୍ଚଳରେ ଥିବା ପ୍ରତିଭା ମାନଙ୍କୁ ସହଯୋଗର ହାତଵଢାଇ ପ୍ରୋତ୍ସାହିତ କଲେ ଆହୁରୀ ଅନେକ ପ୍ରତିଭା ବାନ ଯୁବକ ଯୁଵତୀ ଅଞ୍ଚଳର ଗୌରଵ ଆଣିକୁ ସହାୟ ହୋଇପାରିବେ।ଓମଙ୍କ କୃତି ପାଇଁ ଵିଭିନ୍ନ ଅଞ୍ଚଳରୁ ଶୁଭେଛାର ସୁଅ ଛୁଟୁଛି।