ଧନରେ ରଖିବୁ ମନରେ
କହିବି କଥାଏ ନୀତି ନିୟମର
ଧନରେ ରଖିବୁ ମନରେ
ଗୁରୁ ଗୁରୁଜନ କଥାରେ ଚାଲିବୁ
ପାଠକୁ ହେଜିବୁ ମନରେ ।1।
ସୋମବାର ଯିବୁ ଶିବ ମନ୍ଦିରକୁ
କଞ୍ଚା କ୍ଷୀର ନେଇ ଶ୍ରଦ୍ଧାରେ
ପ୍ରଭୁଙ୍କ ଶୀରରେ ଭକ୍ତିରେ ଢ଼ାଳିବୁ
ଭୋଳା ଭାବେହେବୁ ବନ୍ଧାରେ।2।
କାହା ସହ ମାନ ଅଭିମାନ କରି
ଦୁଃଖ କରିବୁନି ମନରେ
ମାନ ଅଭିମାନ ଅଢେଇ ଦିନର
ସମ୍ପର୍କ ଯୋଡ଼ିବୁ ଧନରେ ।3।
ଭାଇ ଭାଇ ପରି ସଂସାରେ ଚଳି ବୁ
ଘୃଣା କରିବୁନି ଆନରେ
ମହତ୍ କାମରେ ମନ ଧନ ଥିଲେ
ହୋଇବୁ ମହତ୍ ଜନରେ ।4।
ନୀତି ନିୟମରେ ସମାଜେ ଚଳିବୁ
ଅନ୍ୟକୁ ସାହାଯ୍ୟ କାମରେ
ବିପଦ ଆସିଲେ ଈଶ୍ୱର ସୁମରି
ବସିବୁ ଟିକିଏ ଧ୍ୟାନରେ ।5।
ଯେତେ କଥା ତତେ ବୁଝେଇ କହିଲି
ହେଜୁଥିବୁ ଗୁରୁ ଜ୍ଞାନରେ
ଶେଷ ବେଳେ ପିତାମାତାଙ୍କୁ ଦେଖିବୁ
ସୁଖେ ବିତିଯିବ ଦିନରେ ।6।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ,ଯାଜପୁର ।