ରାଉରକେଲା/ ରାଉରକେଲା ର ଅଗ୍ରଣୀ ସାମାଜିକ ଓ ସ୍ବେଛାସେବୀ ଅନୁଷ୍ଠାନ ଉଇ ଫର ୟୁ ୟୁଥ୍ କ୍ଲବ ତରଫରୁ ଏକ ନିଆରା କାର୍ଯ୍ୟକ୍ରମ କରାଯାଇଅଛି । ଲାଠିକଟା ସ୍ଥିତ ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟରେ ଅନୁଷ୍ଠାନ ପକ୍ଷରୁ “ସାମୁହିକ ଜନ୍ମ ଉତ୍ସବ ” ପାଳନ କରାଯାଇଅଛି !ଏହି ଜନ୍ମ ଉତ୍ସବ ରେ ଛାତ୍ର ଛାତ୍ରୀ ଙ୍କୁ ପ୍ରଥମେ ଜନ୍ମଦିନ ଟୋପି ପିନ୍ଧାଇବା ପରେ ପିଲାମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୁହିକ କେକ କାଟି ଖୁସି ବନାଇଥିଲେ। ଏକ ଆନନ୍ଦମୟ ପରିବେଶ ପିଲାଙ୍କ ଦ୍ୱାରା ଦେଖିବାକୁ ମିଳିଥିଲା । ଏଥିରେ ଅନୁଷ୍ଠାନର ସଭ୍ୟ ପ୍ରବୀର କୁମାର ଜେନା ଏବଂ ସମସ୍ତ ସାଥି ମାନଙ୍କ ଦ୍ୱାରା ସମସ୍ତ ଗୁରୁ ମା ଏବଂ ଗୁରୁ ନାୟକ ସାର ଙ୍କୁ ସ୍ୱାଗତ କରାଯିବାପରେ ତାଙ୍କର ଦୃଷ୍ଟିହୀନ ପିଲାଙ୍କ ପ୍ରତି ତ୍ୟାଗ ବିଷୟରେ ବର୍ଣନା କରି ସେମାଙ୍କ ଅବଦାନ ସମାଜରେ ବହୁ ଶୀର୍ଷ ରେ ବୋଲି ଦର୍ଶାଇଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ ରଶ୍ମି ରଞ୍ଜନ ବାରିକ ,ଦୀପ୍ତି ରଂଜନ ବାରିକ ,ସଭାପତି କୈଳାଶ ବେହେରା , ଦେବିକା ମିଶ୍ର ,ବିଶ୍ୱଜିତ ରାଉତରାୟ ,ତନୁଶ୍ରୀ ନାୟକ ,ମନଦୀପ , ଶୁଭମ ମହାପତ୍ର ,ବିଶ୍ୱଜିତ ଘୋଷ ଏବଂ ଆଶୁତୋଷ ବିଶ୍ଵାଳ ଙ୍କ ମିଳିତ ରେ ପିଲାମାନ ଙ୍କୁ କେକ କାଟି ସାମୁହିକ ଜନ୍ମ ଉତ୍ସବ ପାଳନକରିଥିଲେ । ଶେଷରେ ଅନୁଷ୍ଠାନର ସମସ୍ତ ସଭ୍ୟ ଓ ସଭ୍ୟା ଏବଂ ବିଦ୍ୟାଳୟ ର ଗୁରୁ ଗୁରୁମା ଙ୍କ ସହ ଛାତ୍ର ଛାତ୍ରୀ ଏକାଠି ସମୂହ ଭୋଜନ କରିଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।