ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୬ ଜଣ ଗାଡି ଚୋର ଓ ୫ ଜଣ ସ୍କାର୍ପ ଡିଲରଙ୍କୁ କୋର୍ଟ ଚାଲାଣ 

କେସିଙ୍ଗା – ଗତକାଲି ରାତିରେ କେସିଙ୍ଗା ଥାନାର ଏଏସଆଇ ପ୍ରେମରାଜ କଅଁରଙ୍କ ନେତୃତ୍ବରେ ଅନ୍ୟ ପୋଲିସ କର୍ମଚାରୀ ରାତ୍ରକାଳୀନ ପେଟ୍ରୋଲି଼ଂ କରୁଥିଲେ । ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଉତ୍କେଳା ବ୍ୟାଙ୍କ କିମ୍ବା ତତ୍ ନିକଟ ସ୍ଥାନରେ ଚୋରି ଉଦ୍ୟମ ହେଉଥିବା ନେଇ ଖବର ପାଇଥିଲେ। ଏହାପରେ ଚୋରମାନେ ଉତ୍କେଲା ଏୟାର ଷ୍ଟ୍ରିପ୍ ନିକଟ ବସ୍ତିରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ବାହିନୀ ହଠାତ୍ ଚଢ଼ାଉ କରି ୪ ଜଣ ଚୋରଙ୍କୁ ଗିରଫ କରିଥିଲା ବେଳେ ସଦର ଭବାନୀପାଟଣା ଥାନା ଅନ୍ତର୍ଗତ ଝାର କୁସୁମଖୁଣ୍ଟିର ବିକ୍ରମ ମାଝି ଓରଫ ବିକି, ଘୁଗୁରପଲାର କୁଶ ନାଏକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଗିରଫ ୪ ଜଣ ହେଲେ ସଦର ଭବାନୀପାଟଣା ଥାନା କର୍ଲୀପଡାର ଗଜେନ୍ଦ୍ର କୁମାର (୨୬), ଟଙ୍କଧର ବିଶି (୨୪), ନେପାଳ ମାଝି (୩୦) ଓ ଟାଉନ ଥାନାର କିଟ ମାଝି (୩୨) ଓରଫ କେତନଙ୍କୁ ପୋଲିସ ଗିରଫ କରିବା ସମୟରେ ତାଙ୍କ ନିକଟରେ ଥିବା ଏକ ବୋଲେରୋ ଭିତରୁ ଗୋଟିଏ ଖଣ୍ଡା, ଲୁହା ରଡ଼, ଲାଠି ସହ ୪ ଟି ମୋବାଇଲ ଓ ବିଭିନ୍ନ ସମୟରେ ଚୋରି କରିଥିବା ୧୦ ଟି ମଠର ସାଇକେଲ, ଲୁହା କଟର ଆଦି ଜବତ କରିଥିଲେ। ଏହି ୪ ଜଣ ଚୋରଙ୍କୁ ଥାନାକୁ ଆଣି ପଚରା ଉଚୁରା କରିବା ପରେ ସେମାନେ ସ୍ବେଚ୍ଛାକୃତ ଭାବେ ସ୍କ୍ରାପ ଡିଲର ଭବାନୀପାଟଣା ସହରର ଆର୍ଶାଦ ଅହମ୍ମଦ, ଇରିଗେସନ୍ କଲୋନୀରେ ଶମ୍ଭୁ ଦୁର୍ଗା, ସୁରେନ୍ଦ୍ର ମେହେର, ବଲାଙ୍ଗୀରର, ବିଶ୍ବଜିତ ରହିଦାସ, ମହମ୍ମଦ ଇବ୍ରାର ଖାଁ ପ୍ରମୁଖଙ୍କୁ ସେମାନେ ଚୋରା ଗାଡ଼ି, ମଟର ସାଇକେଲ ଏବଂ ଖଣ୍ଡ ଖଣ୍ଡ ଲୁହା ସାମଗ୍ରୀ ବିକ୍ରୀ କରୁଥିଲେ ବୋଲି କହିଥିଲେ। ଏଥିସହ କେସିଙ୍ଗା, ଭବାନୀପାଟଣା ଗୋଲାମୁଣ୍ଡା ଓ ଜୁନାଗଡ଼ ଥାନା ଅଞ୍ଚଳ ସହିତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରି କରିଥିବା ନେଇ ମଧ୍ୟ ସ୍ବୀକାର କରିଥିଲେ। ଟଙ୍କଧର ବିଶି ମଟର ସାଇକେଲ ଚୋରି କରିବାରେ କୁଶଳୀ ଥିବାବେଳେ କିଟ ମାଝି ୪ ଚକିଆ ଯାନର ଏକ୍ସପର୍ଟ ଥିଲା। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଆଜି କେସିଙ୍ଗା ଥାନା କେଶ୍ ନଂ ୧୮୩ ତା ୨.୫.୨୦୨୨ ରେ ଅଣ୍ଡର ସେକ୍ସ୍ ୩୯୯/୪୦୨ ଆଇପିସି ଆରଡବ୍ଳୁ ସେକ୍ସନ ୨୫ (୧) ଏ/ ୨୭ ଆର୍ମ ଆକ୍ଟରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରିଛନ୍ତି ବୋଲି ଏସଡିପିଓ ଅନୁଭବ ସୋନକର ,  ଆଇଆଇସି ସତ୍ୟ କୁମାର ନନ୍ଦ ଓ ଗୋଲାମୁଣ୍ଡା ଥାନା ଆଇଆଇସି ମନୋଜ କୁମ୍ଭାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

କେସିଙ୍ଗା ରୁ ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ।

Related posts

ସୁରେଶ ଚନ୍ଦ୍ର ପାଢୀ ଙ୍କ ପ୍ରବନ୍ଧ ଓଡ଼ିଆ ସଂସ୍କୃତିରେ ବିଷୁବ

Sunil Chandra Nayak

ହରିଣର ମୃତ ଦେହ ଉଦ୍ଧାର

Sunil Chandra Nayak

ଇମାନୁଏଲ ମିନିଷ୍ଟ୍ରି ରେ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଶିଶୁ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort