ନର୍ଲା (ମନିସ) ନର୍ଲା ବ୍ଲକ ରୁପ୍ରାରୋଡ ଠାରେ ହନୁମାନ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଓ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅଂଚଳର ଶତାଧିକ ମହିଳା ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ। ସ୍ଥାନୀୟ ବଲବସପୁର ପୋଖରୀରୁ କଳସରେ ପାଣି ଆଣି କଳସ ପୂଜା କରାଯାଇ କଳସ ସ୍ଥାପନ କରାଯାଇଛି ।ଜୟପାଟଣାର ପୁଜକ ଗୌତମ ଖମାରୀ ଓ ତାଙ୍କ ସହଯୋଗୀ ପୂଜା କାର୍ଯ୍ୟ ତୁଲାଇ ଥିବା ବେଳେ କର୍ତ୍ତା ରୂପେ ଦୀପକ ମହାନ୍ତି ତାଙ୍କ ପତ୍ନୀ ଦୀପ୍ତି ମହାନ୍ତି, ଦୀପକ ଅଗ୍ରୱାଲ ତାଙ୍କ ପତ୍ନୀ ନୀଲମ ଅଗ୍ରୱାଲ, ପ୍ରଫୁଲ୍ଲ ମହାନ୍ତି ପତ୍ନୀ କୁସୁମ ମହାନ୍ତି, ସନ୍ତୋଷ ଭୋଇ ପତ୍ନୀ ପ୍ରମିଳା ଭୋଇ, ଶ୍ୟାମସୁନ୍ଦର ଶର୍ମା ପତ୍ନୀ ସାବିତ୍ରୀ ଶର୍ମା, ଅକ୍ଷୟ ପଟ୍ଟନାୟକ ପତ୍ନୀ ରୀତା ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଦୀପ ଅଗ୍ରୱାଲ, ରତନ ଅଗ୍ରୱାଲ, ରାଜେଶ ଦତ୍ତା, ସୁରେଶ ଅଗ୍ରୱାଲ, ପୁଷ୍ପକ ମହାନ୍ତି, ଶୁଶିଲ ମହାନ୍ତି, ରଞ୍ଜନ ମହାନ୍ତି, ଭରତ ମହାନ୍ତି , କେଦାର ମହାନ୍ତି, ଜଗଦୀଶ ଗଡତିଆ, କୈଲାସ ଅଗ୍ରୱାଲ, ଅଭୟ ଚାନ୍ଦ, ସୁରେଶ ଭୋଇ , ଶଶାଙ୍କ ଭୋଇ,ଅନାଦି ସାହୁ, ତରୁଣ ସାହୁ ,ଯୋଗେନ୍ଦ୍ର ସାହୁ ମାଧବ ନାଗ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।
previous post