ମା ଓ ମମତା
ସୁକାନ୍ତ ଖଣ୍ଡା
ମଆର ମମତା କେ’ଦେଇ ପାରିବ
କୁହ ଜୀବନରେ ତୁମେ
ସବୁର ସୁରକ୍ଷା ଯିଏ ଦେଇଥାଏ
ଏହି ଏ ମର୍ତ୍ତ୍ଯର ଭୂମେ।୧
ଜୀବନକୁ ନିଜେ ଜାଳିଦେଇ ଥାଏ
ସନ୍ତାନ ଭବିଷ୍ଯ ପାଇଁ
ଭୋକ ଉପାସରେ ଜୀବନ କାଟଇ
ମମତା ଝରାଇ ଦେଇ।୨
ଦୁଃଖ ତାର ହୁଏ ଅପାର ଆନନ୍ଦ
ସେ’ପାଇଁ ପ୍ରତିଟି ଦିନେ
ଧନ୍ଯ ମଣୁଥାଏ ପାଇ କି ନିଜକୁ
ଇଛାକୁ ଯେ’ଦିଏ ଧ୍ଯାନେ।୩
କର୍ମର ଅଧିନ ହୋଇଥାଏ ସିଏ
ସନ୍ତାନକୁ ଦେଖିଦେଖି
ହୃଦୟ କନ୍ଦରେ କେବେ ଦିନେ ହେଲେ
ହୋଇ କି ପାରିବ ଦୁଃଖୀ।୪
ଧନ୍ଯ ଆହେ ମାଆ ତୁମ ଅବଦାନ
ତୁମର କରୁଣା ଆଉ
ମମତାରେ ନିତି ବୁଡୁଥାଉ ସଦା
ମନକୁ ନ କରି ଭାଉ।୫