ନୃସିଂହ ଚତୁଦ୍ଦଶୀ
ସୁରେଶ ଚନ୍ଦ୍ର ପାଢୀ
ବୁଗୁଡ଼ା,ଗଞ୍ଜାମ
ଆମ ଜଗନ୍ନାଥ ସଂସ୍କୃତି ରେ ଏହା ଏକ ବିଶେଷ ପର୍ବ ହୋଇ ଥାଏ।ଭଗବାନ ଜଗନ୍ନାଥ ଙ୍କ ଆଦ୍ୟ ରୂପ ହେଉଛନ୍ତି ପ୍ରଭୁ ନୃସିଂହ।ଭାଗବତ ରେ ମଧ୍ୟ ପ୍ରଭୁ ନୃସିଂହ ଙ୍କୁ ପ୍ରଥମେ ବନ୍ଦନା କରାଯାଇଛି।
ନମଇ ନୃସିଂହ ଚରଣ,
ଅନାଦି ପରମ କାରଣ
ଏହି ପର୍ବ ପୁର ପଲ୍ଲି ସର୍ବତ୍ର ପାଳନ ହୁଏ।ବିଶେଷ କରି ଆନ୍ଧ୍ର ପ୍ରଦେଶ ର ସିମାଚଳମ୍ ଠାରେ ଏହି ଦିନ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ହୋଇଥାଏ।ପ୍ରଭୁ ଙ୍କ ପୁରୁଣା ଚନ୍ଦନ କୁ ବାହାର କରି ନୂତନ ଚନ୍ଦନ ଦିଆ ଯାଏ।ଏହି ଦିନ ଗାଁ ମାନଙ୍କ ରେ ପ୍ରଭୁ ନୃସିଂହ ଙ୍କୁ ଷୋଡଶ ଉପଚାରରେ ପୂଜା କରା ଯାଏ।ପରେ ପ୍ରଭୁ ନୃସିଂହ ଙ୍କୁ ବିମାନ ରେ ବସାଇ ଗାଁ ପରିକ୍ରମା କରା ଯାଏ।ଏହି ଦିନ ରାତ୍ରି ରେ ଭକ୍ତ ପ୍ରହଲାଦ ନାଟକ ପରିବେଷଣ ହୁଏ।
ଏହି ପବିତ୍ର ଦିନ କୁ ନେଇ ପୁରାଣ ରେ ଏକ କିମ୍ବଦନ୍ତୀ ରହିଛି।ସତ୍ୟ ଯୁଗରେ ଦୁଇ ଭାଇ ଜନ୍ମ ନେଲେ ।ସେମାନେ ହେଲେ ଜୟ ବିଜୟ ବୈକୁଣ୍ଠ ଧାମର ଦ୍ୱାର ପାଳ।ଅଭିଶାପ ପାଇ ଅସୁର ହେଲେ ଜଣେ ହେଲେ ହିରଣ୍ୟାକ୍ଷ ଓ ଆଉ ଜଣେ ହିରଣ୍ୟକଶିପ।ଦୁହେଁ ପ୍ରବଳ ପରାକ୍ରମି ଥିଲେ।ଏକଦା ଭଗବାନ ବିଷ୍ଣୁ ବରାହ ଅବତାର ନେଇ ହିରଣ୍ୟାକ୍ଷ କୁ ନିଧନ କଲେ।ଏହାର ପ୍ରତଶୋଧ ନେବାକୁ ହିରଣ୍ୟକଶିପୁ କଠୋର ତପସ୍ୟା କରିବାକୁ ଗଲା ।ସେହି ସମୟ ରେ ଏକ ଶୁଆ ନାରାୟଣ ନାମ ଜପି ତାକୁ ବିରକ୍ତ କଲା।ଶେଷରେ ସେ ଏକ ସ୍ଥାନ ରେ କଠୋର ତପସ୍ୟା କରି ବ୍ରହ୍ମା ଙ୍କୁ ବର ମାଗିଲା ହେ ପ୍ରଭୁ ମୋତେ ଏହି ବର ଦିଅନ୍ତୁ ଯେମିତି ମୁଁ ଦିନ କି ରାତିରେ ମରିବି ନାହିଁ,ପଶୁ କି ମଣିଷ ହାତରେ ମରିବି ନାହିଁ,ଅସ୍ତ୍ର କି ଶସ୍ତ୍ର ରେ ମରିବି ନାହିଁ,ଘରେ କି ବାହାରେ ମରିବି ନାହିଁ,ଶେଷରେ କହିଲା ବାର ମାସ ରୁ କେଉଁ ମାସରେ ମରିବି ନାହିଁ।ପ୍ରଭୁ ତାକୁ ତସ୍ତାତୁ କହି ବର ଦେଲେ।ସେ ବର ପାଇ ବହୁତ ଅତ୍ୟାଚାର କଲା ସାଧୁ ସନ୍ଥ ମାନଙ୍କୁ।କେଉଁଠି ବିଷ୍ଣୁ ପୂଜା ହେବାକୁ ଦେଲା ନାହିଁ।ଥରେ ତାର ସ୍ତ୍ରୀ କୟାଧୁ ରାତିରେ ସେ ଶୁଆ କଥା ଶହେ ଆଠ ପଚାରିଲା ହିରଣ୍ୟକଶିପୁ କୁ।ସେ ବାରମ୍ବାର ବିଷ୍ଣୁ ନାମ ନେଲା।ସେହି ରାତ୍ରି ରେ କୟାଧୁର ଗର୍ଭ ବାସ ହେଲା।
ଏକ ଶୁଭ ମୁହୂର୍ତ୍ତ ରେ ଭକ୍ତ ପ୍ରହଲାଦ ଜନ୍ମ ନେଲେ।ସେ ବିଷ୍ଣୁ ଭକ୍ତ ଥିଲେ। ଗର୍ଭ ରେ ଥିବା ସମୟ ରେ ନାରଦ ଙ୍କ ଠାରୁ ଭଗବାନ ଙ୍କ କଥା ଶୁଣି ଥିଲେ।ଜନ୍ମ ରୁ ସେ ଭଗବାନ ଙ୍କୁ ଡାକିଲେ।ଏହା ଦେଖି ହିରଣ୍ୟକଶିପୁ ତାଙ୍କୁ ଗୁରୁକୁଳ ରେ ଛାଡି ଦେଲେ।
ଷଣ୍ଢ ଓ ଅମାର୍କ ତାଙ୍କୁ ଯାହା ଶିଖେଇଲେ ବି ସେ ହରି ନାମ କୁ ଛାଡିଲେ ନାହିଁ।ଦିନେ ନିଜ ସାଙ୍ଗ ମାନଙ୍କୁ ଜ୍ଞାନ ଦେଲେ ଓ ଭଜନ କୀର୍ତ୍ତନ କଲେ।ଏହା ଦେଖି ବିରକ୍ତ ହୋଇ ଷଣ୍ଢ ଓ ଅମାର୍କ ତାଙ୍କୁ ନିଜ ରାଜ ଭବନ ରେ ଛାଡି ଦେଲେ।ରାଜା ହିରଣ୍ୟକଶିପୁ ପ୍ରହଲାଦ କୁ ଖଣ୍ଡା ରେ ହାଣି ବାକୁ ଆଦେଶ ଦେଲେ କିନ୍ତୁ ତାହା ଫୁଲ ମାଳ ହୋଇ ଗଲା।ତା ପରେ ପାହାଡ଼ ରୁ ଫିଙ୍ଗି ଦେଲେ ସୈନିକ ଲଗାଇ।ହେଲେ ଭଗବାନ ଯାହାକୁ ସାହା ଭରସା ତାକୁ ମାରିବ କିଏ?
ରଖେ ହରି ତ ମାରେ କିଏ
ଭଗବାନ ଭକ୍ତ କୁ ରକ୍ଷା କଲେ।
ତା ପରେ ହିରଣ୍ୟକଶିପୁ ବିଷ ଲଡ଼ୁ ଦେଲା କିନ୍ତୁ ଭଗବାନ ବିଷ କୁ ଅମୃତ କଲେ।ତା ପରେ ସେ କାଳ କଠୋରୀରେ ପ୍ରହଲାଦକୁ ରଖିଲା କିନ୍ତୁ ସେ ବିଫଳ ହେଲା।
ତା ଭଉଣୀ ହୋଲିକା କୁ ବରଦାନ ମିଳି ଥିଲା ।ସେ ଅଗ୍ନିରେ ଜଳିବ ନାହିଁ। ସେ ଭକ୍ତ ପ୍ରହଲାଦ କୁ ଅଗ୍ନି ରେ ମାରିବାକୁ ଚେଷ୍ଟା କଲା।କିନ୍ତୁ ରାକ୍ଷସି ହୋଲିକା ଭସ୍ମ ହୋଇ ଗଲା।
ଓ ସେହି ଦିନ ଠୁ ହୋଲି ପର୍ବ ହେଲା।
ଦିନେ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ
ସନ୍ଧ୍ୟା ରେ ହିରଣ୍ୟକଶିପୁ ପ୍ରହଲାଦ କୁ ପଚରିଲା ତୋ ଭଗବାନ କେଉଁଠି ଅଛନ୍ତି କହ।ସେ କହିଲା ସବୁଠି ଅଛନ୍ତି।ସେ ଏକ ସମ୍ଭ କୁ ଦେଖାଇ କହିଲା କଣ ଏହି ସ୍ଥାନ ରେ ତୋ ଭଗବାନ ଅଛନ୍ତି।ଭକ୍ତ ପ୍ରହଲାଦ କହିଲା ହଁ ଅଛନ୍ତି।ମୋ ପ୍ରଭୁ ଅତ୍ର ତତ୍ର ସର୍ବତ୍ର ଅଛନ୍ତି।ସେ ରାଗି କି ସମ୍ଭ କୁ ପ୍ରହାର କଲା।ଭଗବାନ ଭକ୍ତ ର ବିଶ୍ୱାସ ଦେଖି ନୃସିଂହ ଙ୍କ ରୂପରେ ଆସିଲେ।ଓ ହିରଣ୍ୟକଶିପୁ କୁ ବିଦାରଣ କଲେ ନିଜ ନଖରେ।ପ୍ରଭୁ ପୁରୁଷୋତ୍ତମ ମାସରେ ଅବତାର ନେଇ ଥିଲେ।ଘର ମଝୀରେ ଥିବା ଏରୁଣ୍ଡି ଉପରେ ବସି ନିଜ କୋଳରେ ଶୁଆଇ ହିରଣ୍ୟକଶିପୁ କୁ ନିଧନ କଲେ।ପ୍ରଭୁଙ୍କୁ ଦେଖି ଲକ୍ଷ୍ମୀ ମଧ୍ୟ ଭୟ ଭୀତ ହେଲେ।
ପ୍ରଭୁ ଭକ୍ତ ପ୍ରହଲାଦ କୁ ବର ମାଗିବାକୁ କହିଲେ।କିନ୍ତୁ ସେ କହିଲେ ପ୍ରଭୁ ମୋତେ କିଛି ମାଗି ବାର କେବେ ଇଚ୍ଛା ନ ହେଉ।ପ୍ରଭୁ ଭକ୍ତ କୁ ନେଇ ସିଂହାସନ ରେ ବସାଇଲେ।
ଭକ୍ତ ପାଇଁ ପ୍ରଭୁ ନୃସିଂହ ଅବତାର ନେଇ ଥିଲେ।ପ୍ରଭୁ ଙ୍କ ଏହି ରୂପ ଭୟ ନାଶ କରି ଥାଏ।
ଜୟ ଜଗନ୍ନାଥ