ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଅଗଷ୍ଟ ୨ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା 

ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଅଗଷ୍ଟ ୨ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା 

ରାଉରକେଲା, ୧୪/୭/୨୦୨୬ : ଆସନ୍ତା  ଅଗଷ୍ଟ ୨ରୁ ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହାର ସଫଳ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର୍ ଙ୍କ ଅଧ୍ୟକ୍ଷତାରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମେଳାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ସେ ସମସ୍ତ ବିଭାଗର ସହଯୋଗ କାମନା କରିିଥିଲେ।

ଆସନ୍ତା  ଅଗଷ୍ଟ ୨ ତାରିଖରୁ ଆୟୋଜନ ହେବାକୁ ଥିବା ଏହି ଶ୍ରାବଣୀ ମେଳା ଯଥାକ୍ରମେ ୯,  ୧୬ ଓ ୨୩ ଅଗଷ୍ଟ ତାରିଖ ରବିବାର ଦିନ ଆରମ୍ଭ ହୋଇ ଆରଦିନ ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ମେଳାରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଯଥେଷ୍ଟ ପରିମାଣରେ ପୁଲିସ ମୁତୟନ ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା, ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ଵାରା ନିୟମିତ ଭାବେ ଷ୍ଟଲ୍ ଗୁଡ଼ିକରେ ଖାଦ୍ୟ ଓ ପାନୀୟର ମାନ ପରୀକ୍ଷଣ କରିବା ଉପରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଗୁରୁତ୍ୱାରୋପ କରିଥିଲେ।  

ଚଳିତ ବର୍ଷ ଶ୍ରଦ୍ଧାଳୁ ମାନଙ୍କ ସଂଖା ରେ ବୃଦ୍ଧି ଓ ଜିଲ୍ଲାରେ ଲଗାଣ ବର୍ଷା ହେବାର ସମ୍ଭାବନା ଯୋଗୁଁ ପ୍ରଶାସନ ପକ୍ଷରୁ ବିଶେଷ ନଜର ରଖାଯିବାପାଇଁ ବୈଠକରେ ସ୍ଥିର କରାଯାଇଛି l  ଖାଦ୍ୟ ନିରାପତ୍ତା ଅଧିକାରୀ ଙ୍କୁ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଓ ସଂସ୍ଥା ପକ୍ଷରୁ ଦିଆଯାଉଥିବା ଖାଦ୍ୟର ତଥା  ପାନୀୟ ଜଳର ମାନ ଯାଚ କରିବା ପାଇଁ  ଦାୟିତ୍ବ ଦିଆଯାଇଛି l  ବହୁ ସଂଖ୍ୟାରେ ଜନସମାଗମକୁ ଲକ୍ଷ୍ୟରେ ରଖି ମନ୍ଦିର ବେଢ଼ା ସହ ନଦୀ ଘାଟ ଗୁଡ଼ିକରେ ପୁରୁଷ ଓ ମହିଳା ମାନଙ୍କ ପାଇଁ ଅଲଗା -ଅଲଗା ବ୍ୟାରିକେଡ ବ୍ୟବସ୍ଥା କରିବା ପାଇଁ ସେ ପିଡବ୍ଲୁଡି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହା ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଟିପିଡବ୍ଳୁଓଡିଏଲ  ଏବଂ  ସ୍ଵଚ୍ଛତା ଓ ପରିମଳ ବ୍ୟବସ୍ଥା ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ପ୍ରାଥମିକ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ସହ ୨ଟି ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିବ । ଏଥିସହ ମେଳାକୁ ସଫଳ ଭାବେ ପରିଚାଳନା ପାଇଁ ନିମନ୍ତେ  ବେସାମରିକ  ସଂଗଠନର ସ୍ଵେଚ୍ଛାସେବୀ ମାନଙ୍କୁ ନିୟୋଜନ କରାଯିବ।  ଲଗାଣ ବର୍ଷା ଯୋଗୁଁ ନଦୀ ଜଳସ୍ତର ବଢିବାର ସମ୍ଭାବନା ରହିଛି ଏଥିପାଇଁ  ଓଡ୍ରାଫ ବୋଟ ସହିତ ୧୨ଜଣିଆ ଦଳ ମୁତୟନ ରହିବେ ା ଏହା ସହିତ ଅଗ୍ନିଶମ ବିଭାଗ ଓ ପିଡବ୍ଲୁଡି ବିଭାଗ ପ୍ରସ୍ତୁତ ରହିବାକୁ ସୁଶ୍ରୀ ଦସ୍ତଗୀର ପରାମର୍ଶ ଦେଇଥିଲେ l

ଏହି ପ୍ରସ୍ତୁତି ବୈଠକରେ  ଉପଜିଲ୍ଲାପାଳ ପାନପୋଷ ଚନ୍ଦ୍ରକାନ୍ତ ମଲ୍ଲିକ , ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକଙ୍କ ସହ ତହସିଲଦାର ଲାଠିକଟା ମୁରଲୀଧର ଉର୍ମାଲ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ତଥା ବେଦବ୍ୟାସ ଟ୍ରଷ୍ଟ ବୋର୍ଡ ର ସଦସ୍ୟ ପ୍ରମୁଖ ରୂପେ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୭୮ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍ ସହାୟତା ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ  “ଚାଷୀ କ୍ୱିଣ୍ଟାଲ ପ୍ରତି ଟ.୩୧୦୦/-ଙ୍କା ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ପାଇବେ” 

masiha

ଯୁବ ସମାଜସେବୀ ଜଲେନ ବାର୍ଦା ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଭାବେ ମନୋନୀତ

Sunil Chandra Nayak

Leave a Comment

error: Content is protected !!