ଶେଷ ଦେଖା
କବିତା ସାହୁ ଜୟପୁର
୧-ଜୀବନରେ ଶେଷ ଦେଖା
ତୁମ ସହ ହେଉ
ଦର୍ଶନ ମାତ୍ରକେ ଜୀବ ମୋର
ଚାଲିଯାଉ ହେ ମହାବାହୁ।
୨- ପ୍ରଥମ ଦେଖାରେ କିଣି ନେଲ ମନ
କହି କେତେ ମିଠା କଥା
ଦିନୁ ଦିନୁ ଯେଣୁ ବଢିଲା ସମ୍ପର୍କ
କରିଲ କେତେ ନାଟକ
ସତ କଥା ତୁମ ଜାଣିଲା ବେଳକୁ
ଦେଲ ନାହିଁ ଶେଷ ଦେଖା।
୩- କେତେ ଆଶା ନେଇ ଯାଇଥିଲି ଧନ
ତୋର ଦରଶନ ପାଇଁ
ଶେଷ ଦେଖା ଟିକେ କରି ପାରିଲିନି
ନିରାଶେ ଫେରିଲି ମୁହିଁ।
୪- ସଂସାର ଭିତରେ ଯାହା ଘଟୁ ଅଛି
ସବୁତ ତୁମରି ଲିଳା
ବିପଦ ବେଳରେ ସାହା ହେଉଥିବ
ଆହେ ପ୍ରଭୁ ଚକାଡୋଳା
ଶେଷ ଦେଖା ମୋର ହେବ ଯେଉଁଦିନ
ଜୀବନ ଯିବ ସେହିଦିନ ।