ରୁପ୍ରା, (ମନିସ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ସମେତ ସମସ୍ତ ଅଞ୍ଚଳରେ ସାବିତ୍ରୀ ଓଷା ଅବସରରେ ଫଳ ଦଳ ଆକାଶ ଛୁଆଁ ହୋଇଯାଇଛି । ଏଥିପାଇଁ ବିଚରା ସତ୍ୟବାନ ପାଇଁ ଏହା ଚିନ୍ତାର କାରଣ ହୋଇଥିବା ବେଳେ ଏହି ମହଙ୍ଗା ମାଡ ସତ୍ଵେ ବଜାରର ସତ୍ୟବାନ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭିଡକୁ ଦେଖି ବ୍ୟବସାୟୀ ମାନେ ମଧ୍ୟ ଦର ବଢାଇବାରେ ବ୍ୟସ୍ତ ରହି ଆମେ ବହୁତ କଷ୍ଟ ଓ ଦୁରଦୁରାନ୍ତରୁ ଏହି ଓଷା ପାଇଁ ବିଭିନ୍ନ ଫଳମୂଳ ସଂଗ୍ରହ କରିଛୁ ତଥା ଏହା ଗୋଟିଏ ଦିନର ବ୍ୟବସାୟ ହୋଇଥିବାରୁ ଦର ବୃଦ୍ଧି ହୋଇଛି ବୋଲି ପ୍ରକାଶ କରିଥିଲେ । ଆଜି ଫଳ ଭିତରେ ପାଚିଲା କଦଳୀ ଡ଼ଜନ ୬୦, ସପୁରି ଗୋଟାକୁ ୪୦, ଲିଚୁ ତିନିଟାକୁ ୧୦, ସେଓ ଗୋଟାକୁ ୩୦, ଡାଳିମ୍ବ ୩୦, ଚେରି ଦୁଇଟା କୁ ୧୦, ଅଙ୍ଗୁର କେଜି ୧୫୦, କମଳା ଗୋଟାକୁ ୨୦,ଡିମିରି ଗୋଟିଏକୁ ୨୦,ପିସ୍ତାବାଦାମ ୧୦,ପଣସ ଗୋଟାକୁ ୧୦୦, ତରଭୁଜ କେଜି ୪୦, ଆମ୍ବ କେଜି ୧୨୦, ଜାମୁ ତିନିଟାକୁ ୧୦, ପଇଡ ୫୦ଟଙ୍କା , ଖଜୁରୀ ୧୦୦ଗ୍ରାମକୁ ୨୦,ତାଳ ଦୁଇଟାକୁ ୧୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଶୁଖା ଚାହାର୍ ଓ କେନ୍ଦୁ କଥା ନକହିବା ଭଲ । ଏପରିକି ପୁଜାରେ ଲାଗୁଥିବା ପଦ୍ମ ଫୁଲ ଗୋଟାକୁ ୧୦ ଟଙ୍କା ବିକ୍ରି ହେଉଛି । ଫଳରେ ବାଧ୍ୟ ହୋଇ ବିଚରା ସତ୍ୟବାନ ମାନେ ସାଧ୍ୟମତେ ସାବିତ୍ରୀ ମାନଙ୍କ ପାଇଁ ଫଳମୁଳ କିଣିବାକୁ ପଡିଛି ବୋଲି ମତବ୍ୟକ୍ତ କରିଛନ୍ତି ।
previous post