କୋକସରା,୨୯/୦୫- (ମ ନି ସ ) ରବିବାର ଅପରାହ୍ନ ରେ ହୋଇଥିବା କାଳବୈଶାଖୀ ଝଡ ବର୍ଷା ପ୍ରଭାବ ରେ କୋକସରା ବ୍ଲକ ଡୁଡୁକାଠେଙ୍ଗା ପଂଚାୟତ ଅଞ୍ଚଳ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପଞ୍ଚାୟତ ର ଖଳିଗଡ଼ ପରଜାପଡା କୁ ସଂଯୋଗ କରୁଥିବା ବିଦ୍ୟୁତ ଖୁଣ୍ଟ ସ୍କୁଲ ନିକଟରେ ଉପୁଡିବା ସହ ରାସ୍ତା ରେ ଓହଳି ପଡିଛି ଏହା ସହ ବଡ଼ ବଡ଼ ଗଛ ସବୁ ଭାଙ୍ଗି ପଡିଛି ଫଳରେ ଏହି ଅଞ୍ଚଳ ରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି। ଗ୍ରାମବାସୀ ଏ ନେଇ ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କୁ ସୁଚନା ଦେବା ସହ ଶୀଘ୍ର ମରାମତି କରି ବିଦ୍ୟୁତ ସେବା ଯୋଗାଇଦେବାକୁ ଦାବି କରିଛନ୍ତି।
କାଳ ବୈଶାଖୀ ର ପ୍ରଭାବରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଥିବା ସମୟ ର ଚିତ୍ର