ଆର୍ଯ୍ୟବଧୂ
ଆର୍ଯ୍ୟବଧୂ ଥିଲୁ ତୁହି ଗୋ ସାବିତ୍ରୀ
ପତିବ୍ରତା ମହାସତୀ
ଅଶ୍ଵପତି କନ୍ୟା ସତ୍ୟ ଶିରୋମଣୀ
ଜଗତେ ରଖିଚୁ ଖ୍ୟାତି।।
ଧନ୍ଯ ଗୋ ସାବିତ୍ରୀ ଦୁଇ କୁଳ ଧାତ୍ରୀ
ଧନ୍ଯ ତୋର ପ୍ରେମ ଭକ୍ତି
ସତୀସ୍ବାଧୀ ତୁହି ତନ୍ମୟୀ ସୈରିନ୍ଦ୍ରୀ
ବିକ୍ଷଣ ପ୍ରୋକ୍ଷଣ କାନ୍ତି।।
ପତିବ୍ରତା ସତୀ ସୃଷ୍ଟିର କଲ୍ୟାଣି
ବିଶ୍ଵରୂପୀ ନାରାୟଣୀ
ଧନ୍ଯ ତୋର ରିତି ଧନ୍ଯ ତୋ ଆଦର୍ଶ
ଅସୀମ ଶକ୍ତି ରୂପିଣୀ।।
ଅଳ୍ପାୟୁଷ ବୋଲି ସତ୍ୟବାନ ତୁହି
ଜାଣିଥିଲୁ ଏକା ଯେବେ
ତଥାପି ବିବାହ କଲୁ ପ୍ରେମ ବଳେ
ଆନନ୍ଦରେ ଧରା ତଳେ।।
ବାସ୍ତବ ପ୍ରେମର ପରିଚୟ ଦେଲୁ
ମୃତ ପତି ବଞ୍ଚାଇଲୁ
ଭକତିରେ ଯମରାଜ ମନ ତୋଷି
ସ୍ବାମୀଙ୍କୁ ଫେରି ପାଇଲୁ।।
କଲ୍ୟାଣମୟୀ ତୁ ଜଗତ ଜନନୀ
ଉଦ୍ଧାରିଲୁ ଦୁଇ କୁଳ
ଦୁହିତା ବୋଲାଇ ଏ ଧରାଧାମରେ
କିର୍ତ୍ତି ରଖିଗଲୁ ତୋର।।
ବୀର ପ୍ରସବିନୀ ଯାଜ୍ଞ ସେନୀ ଦେବୀ
ତୁହି ପଥ ପ୍ରଦର୍ଶିକା
ଭକ୍ତି ପ୍ରେମ ବଳେ ସ୍ବାମୀ ଙ୍କୁ ପାଇଲୁ
ଦେଇଗଲୁ କେତେ ଶିକ୍ଷା।।
ଜ୍ୟୋଷ୍ଠ ଅମାବାସ୍ୟା ଦିନ ଯେଉଁ ନାରୀ
ତୋହରି ଗୁଣକୁ ଗାଇବ
ଇହ ଜନ୍ମେ ଯେତେ ଦୁଃଖ ଯାତନା ଯେ
ସହଜରେ ଦୂର ହେବ।।
ସାବିତ୍ରୀ ନାମରେ ସାବିତ୍ରୀ ବ୍ରତ ଯେ
କରଇ ସଧବା ନାରୀ
ନିଜର ସ୍ବାମୀର ମଙ୍ଗଳ ଆୟୁଷ
ମନରେ କାମନା କରି।।
ଶ୍ରେଷ୍ଠ ଅର୍ଦ୍ଧାଙ୍ଗିନୀ ତୁହି ଗୋ ସାବିତ୍ରୀ
ଯେତେ ଦିନ ସୃଷ୍ଟି ଥିବ
ତୋହରି ଗୁଣ ଗଉରବ ନିତି
ନାରୀ ଜାତି ଗାଉଥିବ।।
ମମତା ସାହୁ
ଗାଈଗାଁ,କଳାହାଣ୍ତି