ପଣ୍ଡକୁଳ -: (ମ ନି ସ ) କାହିଁ କେତେ ଯୁଗରୁ ଭାରତ ବର୍ଷ ରେ ହିନ୍ଦୁ ଧର୍ମର ପ୍ରାଚୀନ ପରମ୍ପରାରେ ଥିବା ବିଭିନ୍ନ ବ୍ରତ, ପର୍ବପର୍ବାଣୀ ପାଳନ ପ୍ରଚଳନ ରୀତି ନୀତି ଅନୁଯାଇ ଚାଲି ଆସି ଅଛି l ଓଡିଶାର ପୁର ପଲ୍ଲୀରେ ଆଜି ମହାସତୀ ସାବିତ୍ରୀ ବ୍ରତ ପାଳନ ଅତ୍ୟନ୍ତ ନିଆରା l କଳାହାଣ୍ଡି ଜିଲ୍ଲା ଗାଁ ଗଣ୍ଡା, ସହରରେ ଏହି ବ୍ରତ ପାଳନ ଅତ୍ୟନ୍ତ ନିରାଂଡମ୍ବର ହୋଇ ଥିବା ବେଳେ ଗୋଲାମୁଣ୍ଡା ବ୍ଲକର ଟେମରି, କୁମ୍ଭାରୀ, ପଣ୍ଡକୁଳ, ଚିଚିଆ, ଲିମସେର, ଫରଙ୍ଗ,ଅମଠା,ଦଶପୁର, ଲାକୁରଭଟା, ସାରସଗୁଡା, ବୃନ୍ଦାବାହାଲ, ବନ୍ଦା ଗାଁ, ବରଗୁଡା, ରେଙ୍ଗାସାପାଲି, ହଳଦୀ, ଧମନପୁର ତଥା ଅନ୍ୟ ଗ୍ରାମମାନଂକରେ ମହିଳାମାନେ ବଟ ସାବିତ୍ରୀ ବ୍ରତ ପାଳନ କରୁଥିବା ବେଳେ ଏହି ବର୍ଷ ପଣ୍ଡକୁଳ ଠାକୁରାଣୀ ପଡାରେ ମହିଳାମାନେ ଧୂପ, ଦୀପ, ଏକୋଇଶି ପ୍ରକାର ଫଳ ଅନ୍ୟାନ୍ୟ ପୂଜା ସାମଗ୍ରୀ ସହ ନିଷ୍ଠାପର ଭାବରେ ବଟ ସାବିତ୍ରୀ ବ୍ରତ ପାଳନ କରିଛନ୍ତି l ଏଥିରେ ପୂଜକ ଭାବରେ ହରେ କୃଷ୍ଣ ଦାସ ମନ୍ତ୍ର ପାଠ ସହ ପୂଜା ବିଧି କାର୍ଯ୍ୟ କରିଥିଲେ l ପୌରାଣିକ ତଥ୍ୟ ରୁ ଜଣାଯାଏ ଯେ ମଦ୍ର ଦେଶର ରାଜା ଅଶ୍ଵପତିଙ୍କ ରାଣୀ କୌଶଲ୍ୟା ଗର୍ଭରୁ ଜାତ ପୁତ୍ରୀ ସାବିତ୍ରୀ ଶାଲ୍ୱ ଦେଶର ରାଜା ଦୈମତସେନ ଓ ରାଣୀ ମାଲବିକାଙ୍କ ପୁତ୍ର ସତ୍ୟବାନଙ୍କୁ ବିବାହ କରି ମୃତ୍ୟୁ ମୁଖରୁ ଯମଙ୍କ ଠାରୁ ବଞ୍ଚାଇ ନିଜ ମାତା,ପିତା,ଶାଶୁ ଶ୍ୱଶୁରଙ୍କୁ ଦୁଃଖ କଷ୍ଟ ଦୁରେଇ ଧନ ସମ୍ପଦରେ ପରିପୂର୍ଣ୍ଣ କରିଥିଲେ l ଏହି କିମ୍ବଦନ୍ତୀନୁଯାଇ ଏହି ବ୍ରତ ପାଳନ କରାଯିବା ଲୋକ ମୁଖରୁ ପ୍ରକାଶ l
previous post
next post