କବି ଓ ତା ‘ କଲମ
ବଗିଚାରେ ଥିବା ଫୁଲଟିଏ ପରି କବିଟିଏ
କବିତାର ସୁବାସିତ ମହକରେ
କିଣିନିଏ ଜନ ମନ ।
ଜାଣେ ନାଇଁ
କୁଟକପଟ , ଛନ୍ଦ ଅବା ମନ୍ଦ
ସଦାବେଳେ ଜନହିତ ପାଇଁ
ଦିଏ ସେ ଜୀବନ।
ପ୍ରକୃତି ରାଣୀର ପୁଅ ସିଏ
ପ୍ରକୃତି ତା ‘ ପ୍ରାଣ
ପ୍ରଜାପତି ପରି ସୁନ୍ଦର ଜୀବନ
ସଦାବେଳେ ଚାହେଁ ସିଏ
ଶାନ୍ତି, ସତ୍ୟ, ପ୍ରେମ ।
ଖଦ୍ୟୋତିକା ପରି
ଦେହେ ଦିବ୍ୟଜ୍ଞାନ
ଅଜ୍ଞାନ ତିମିରକୁ
କରେ ଆଲୋକ ପ୍ରଦାନ ।
କବି
ତା’ ର କବିତା ହିଁ ପରିଚୟ
ତା ‘ ର କଲମ ମୁନିରେ ଲେଖେ
ଦୁନିଆର ବ୍ୟଥା , କିମ୍ବଦନ୍ତୀ ଗାଥା
ପୌରାଣିକ କଥା ।
ପୁଣି
ତା’ର କଲମ ମୁନୀରେ ଲେଖେ
ଅତୀତର ଇତିହାସ,
ବର୍ତ୍ତମାନର ରାଜନୀତି,
ଆଗାମୀ ଦିନର ଭବିଷ୍ୟତ ।
ଅସ୍ତ୍ରଠାରୁ ଧାରୁଆ ,
ପଥରଠାରୁ ଶକତ,
ଫୁଲଠାରୁ ନରମ ,
କବିର କଲମ ।
ଜଗଜ୍ଜିବନ ସା
କୁମ୍ଭାରୀ , ଗୋଲାମୁଣ୍ଡା
କଳାହାଣ୍ଡି ।