ସମୟ,ଦିନ ଓ ରାତି
ସୁକାନ୍ତ ଖଣ୍ଡା
ସମୟ,ଦିନ ଓ ରାତି ଈଶ୍ବରଙ୍କ ମୌଳିକତା
ଯାହା ପ୍ରାଣୀ ଓ ଉଦ୍ଭିଦଙ୍କ ଜୀବନ ଶୈଳୀକୁ
ଭରପୂର ସନ୍ତୋଷ ଯୋଗାଏ।
ପ୍ରତିକ୍ଷଣ ନୂଆ ନୂଆ ଉନ୍ମାଦନା
ଜୀବନ ଓ ଯୌବନକୁ ଆଗେଇବା
ସତ୍ଯ,ଶାନ୍ତି ଓ ପବିତ୍ରତାର ଶିକ୍ଷା
ବ୍ଯତିକ୍ରମ ଭବିଷ୍ଯତ ଅନ୍ଧକାର।
-ସମୟ-
ସମୟ ପରିବର୍ତ୍ତନଶୀଳ
ତାକୁ କିଏ ଅଟକାଇ ପାରିଛି ନା ପାରିବ?
ସେ ତ ଈଶ୍ବର ନିର୍ଦ୍ଦେଶ ପାଳୁଛି
ଅକ୍ଷମତା ଜାତକରେ ନାହିଁ
ଈଶ୍ବରଙ୍କୁ ଅବମାନନା କେମିତି କରିବ?
ସେ ତ ଯୋଗ୍ଯ ପିତାର ସୁଯୋଗ୍ଯ ସନ୍ତାନ।
-ଦିନ-
ଦିନ,ଆସିଥାଏ ସମୟର ସୁଅରେ
କର୍ମ ସମ୍ପାଦନା ଓ ଚଞ୍ଚଳତା ପାଇଁ
ବ୍ଯତିକ୍ରମ ହେଲେ ଦୁଃଖ ଓ ଯାତନା
ରୋଗ ଆଉ ଶୋକ
ମୃତ୍ଯୁର କୋଳରେ ଶୁଆଇବା
ବେଶୀ କଷ୍ଟ ନୁହେଁ
ଅତେବ ବଞ୍ଚିବାର ଖୋରାକ
ଦିନର ହିଁ ଦାନ।
-ରାତି-
ରାତି ହୃଦୟକୁ ଶାନ୍ତି ପାଇଁ ଆସେ
ଶୁଆଇବା ତାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ
ଶୁଇଲେ ଦୁଃଖ ଆଉ ଶୋକଠୁ ଦୂରରେ
କର୍ମ ସମ୍ପାଦନ ପାଇଁ
ଶକ୍ତି ଆଉ ସାହସ ଯୋଗାଏ।
ଅତଏବ
ସମୟ,ଦିନ ଓ ରାତି
ଗୋଟେ ଈଶ୍ବରଙ୍କ ଦାନ
ପ୍ରାଣୀ ଓ ଉଦ୍ଭିଦଙ୍କ
ଜୀବନ ଚର୍ଯ୍ଯାକୁ ବୃଦ୍ଧି
ସ୍ନେହ,ପ୍ରେମ ଓ ଭଲ ପାଇବା ଆଉ
ଆରମ୍ଭ ଓ ଶେଷର ଠିକଣା।