କୋକସରା୯/୬- ( ମ ନି ସ ) ନବରଙ୍ଗପୁର ଜିଲ୍ଲା ମୈଦଳ ପୁର ରୁ ଆମପାଣି ଘାଟି ରାସ୍ତା ଦେଇ କଳାହାଣ୍ଡି ଜିଲ୍ଲା କୁ ଚାଲାଣ ହେଉ ଥିବା ୫ ପେଟି ବିଦେଶୀ ମଦ ସହ ଏକ ବାଇକ କୁ ଜବତ କରି ଚାଲାଣ କରୁଥିବା ୨ ଅଭିଯୁକ୍ତ କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ ଗୁରବାର ସକାଳ ସମୟରେ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଠାରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ରୁ କଳାହାଣ୍ଡି ସୀମା ଦେଇ ବିଦେଶୀ ମଦ ଚାଲାଣ ହେଉଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଆମପାଣି ପୋଲିସ ଚଢ଼ାଉ କରି ଥିଲେ। ଏକ ହିରୋ ଡିଲକ୍ସ ଓଡ଼ି ୧୦ ଏଫ ୬୪୯୦ ଯୋଗେ ମୈଦାଲପୁର ଠିପିବନ୍ଦ ମଦ ଦୋକାନ ର ଦୁଇ ଜଣ ବିହାର ରାଜ୍ୟ ର କର୍ମଚାରୀ ଗଜିନ୍ଦର ସିଂ(୩୫) ହିରେନ୍ଦ୍ରର ସିଂ(୩୨) ବାଇକ ରେ ୪ ପେଟି ବିୟର ଓ ଗୋଟେ ପେଟି ରେ ହ୍ବିସ୍କି ମୋଟ ୩୯ ଲିଟର ବିଦେଶୀ ମଦ ଜବତ କରିବା ସହ ଆମପାଣି ପୋଲିସ ନିଜ ତରଫ ରୁ ମାମଲା ରୁଜୁ କରି ଚାଲାଣ କରୁଥିବା ସହ ୨ ମଦ ଦୋକାନ କର୍ମଚାରୀ ଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛନ୍ତି। ଏ ନେଇ ଆମପାଣି ଥାନା କେଶ ନମ୍ବର ୬୧/୨୨ ରେ ମାମଲା ରୁଜୁ ହୋଇ ଥିବା ନେଇ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସୂଚନା ଦେଇଛନ୍ତି।
previous post