କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାର ସୁପରିଚିତ ସ୍ବେଚ୍ଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ଓ କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା) ମିଳିତ ଆନୁକୂଲ୍ୟରେ କର୍ଲାମୁଣ୍ଡା ବ୍ଲକ ସ୍ଥିତ ଯୋରାଡବରା ଛକଠାରେ ବିଶ୍ୱ ରକ୍ତଦାନ ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ ଜନସାଧାରଣ ମାନଙ୍କୁ ରକ୍ତଦାନ ମହାପୂଣ୍ୟ, ରକ୍ତଦାନ କରନ୍ତୁ ଜୀବନ ବଞ୍ଚାନ୍ତୁ ନାରା ଦେଇ ପଦଯାତ୍ରା ମାଧ୍ୟମରେ ସଚେତନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମରେ ହରଗୌରୀ କମ୍ପ୍ୟୁଟର ଏକାଡେମୀ ଓ ଅର.ଏନ କୋଚିଙ୍ଗ ସେଣ୍ଟର ଭାଇ ଓ ଭଉଣୀମାନେ ସହଯୋଗ କରିଥିବା ବେଳେ କଳାରୁଦ୍ର ଯୁବକ ସଂଘର ପୂର୍ବତନ ସମ୍ପାଦକ ସଂଜୀବ ସାହୁ, ସଭାପତି ଦୁର୍ବାଦଳ ସାହୁ, ସମ୍ପାଦକ ରେଶବ ନାରାୟଣ ସାହୁ, ନୀଳକଣ୍ଠେଶ୍ଵର, ଅରବିନ୍ଦ, ଲୋକନାଥ, ହରପ୍ରସାଦ, ଭୁବନେଶ୍ୱର, ଚୁମନେଶ୍ଵର, ବିକାଶ, ଶମ୍ବୁପ୍ରସାଦ ଓ ହରଗୌରୀ କମ୍ପ୍ୟୁଟର ଏକାଡେମୀ ଶିକ୍ଷକ ମୁକେଶ ବନଛୋର ଓ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜାତୀୟ ଯୁବ ସ୍ୱେଚ୍ଛାସେବୀ ତଥା ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ସନତ କୁମାର ସାହୁ ଉପସ୍ଥିତ ରହିଥିଲେ l ଶେଷରେ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନର ଉପଦେଷ୍ଟା ବୁଦ୍ଧେଶ୍ୱର ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା
previous post