ରଜରେ ନାରୀ ଙ୍କ ଭୂମିକା
ସୁରେଶ ଚନ୍ଦ୍ର ପାଢୀ
ରଜ ହେଉଛି ଏକତା ର ପର୍ବ।ଏହା ଆମ ଓଡ଼ିଶାର ନିଜସ୍ୱ ପର୍ବ।ଏହା ଓଡ଼ିଶାରେ ମହା ସମରୋହରେ ପାଳିତ ହୁଏ।ଏହି ପର୍ବ ବିଶେଷ କରି ନାରୀ ମାନେ ପାଳନ୍ତି। ପ୍ରଥମ ରଜ କୁ ପହିଲି ରଜ କୁହାଯାଏ।ଏହି ଦିନ କୁଆଁରି ଝିଅ ମାନେ ପାଦରେ ଅଳତା,କଜଳ, ଗଭାରେ ଫୁଲ. ମାଳ ଲଗାଇ ଥାନ୍ତି।ନୁଆଁ ବସ୍ତ୍ର ପିନ୍ଧି ସଜେଇ ହୁଅନ୍ତି। ଦ୍ଵିତୀୟ ରଜ କୁ ମିଥୁନ ସଂକ୍ରାନ୍ତି କୁହାଯାଏ। ତୃତୀୟ ରଜ କୁ ଭୂମି ଦାହ କୁହାଯାଏ।ରଜ ପର ଦିନ ବସୁମତି ସ୍ନାନ ହୁଏ। ଏହି ଦିନ ମାଟି ମା ର ପୂଜା କରି କୃଷକ ଜମି କୁ ଚାଷ. କରିବାକୁ ଯାଏ। ଏହା ଏକ କୃଷି ଭିତିକ ପର୍ବ।ପ୍ରଚ଼ଣ୍ଡ ରୌଦ୍ର ତାପରେ ଧରିତ୍ରୀ ଶୁଷ୍କ ହୋଇଥାଏ। ପହିଲି ବର୍ଷାର ସ୍ଵର୍ସ ରେ ଧରଣୀ ରଜ ବତୀ ହୋଇ ଯାଏ।ଏହି ତିନି ଦିନ କୃଷକ ଜମି ରେ ଚଷୀ ବାକୁ ଯାଏ ନାହିଁ।ଏହି ପର୍ବ ନାରୀ ମାନଙ୍କୁ ଆନନ୍ଦ. କରେ। ସେମାନେ ଘରେ ରଜ ତିନି ଦିନ କିଛି କଟା,ବଟା କରନ୍ତି ନାହିଁ। ସୂର୍ଯ୍ୟ ଅସ୍ତ ପୂର୍ବରୁ ରାତ୍ରି ଭୋଜନ କରନ୍ତି।ନାରୀ ଜାତି ର ସମ୍ମାନ ଏହି ପର୍ବର ମୁଖ୍ୟ ଉଦେଶ୍ୟ।ନାରି ମାନେ ନିଜେ ଲକ୍ଷ୍ମୀ ସ୍ଵରୁପା ହୋଇ ଥିବା ରୁ ପୂଜା କରନ୍ତି ନାହିଁ।ମନ୍ଦିର ଯାଅନ୍ତି ନାହିଁ।ଘରେ ବିଭିନ୍ନ ପିଠା ଯେମିତି ପୋଡ଼ ପିଠା,ଚକୁଳି ପିଠା ଆଦି ସ୍ୱାଦିଷ୍ଟ ପିଠା କରନ୍ତି। ନିଜେ ଖାଇ. ପରିବାର କୁ ଖୁଆନ୍ତି।ପିଠା ରେ ବିଭିନ୍ନ ପୁଷ୍ଟି କର ଶକ୍ତି ଥାଏ।ଏହାକୁ ଖାଇଲେ ଆମ ଶରୀର ଶକ୍ତି ପାଏ। ଏହି ଉଛବ କୁ ମିଠା ଓ ବିଡିଆ ପାନ ଖାଇ ଝିଅ ମାନେ ପାଳି ଥାଆନ୍ତି। ପାନ ର ମହତ୍ତ୍ବ ଆମ ସଂସ୍କୃତି ରେ ଆଗରୁ ରହିଛି।ଏହା ପ୍ରସାଦ ରୂପରେ ମଧ୍ୟ ଅର୍ପଣ କରାଯାଏ। ରଜ ରେ ବିଶେଷ କରି ରଜ ଗୀତ ର ଭୂମିକା ରହିଛି।ଏହା ଆମ ପ୍ରାଚିନ ଗୀତ. ଅଟେ।ରଜରେ ଗାଁରେ ଝିଅ ମାନେ ଦୋଳି ଖେଳି ଥାଆନ୍ତି।ରଜରେ ପୁଚି ମଧ୍ୟ ଝିଅ ମାନେ ଖେଳନ୍ତି। ପୁରୁଷ ମାନେ ତାସ. ଲୁଡୁ ଖେଳି ଥାନ୍ତି। ରଜ ରେ ଝିଅ ମାନେ ମାଟି କୁ ଖୋଳନ୍ତି ନାହିଁ।ରଜ ନାରୀ ଜାତି ର ମହାନତା କୁ ଦର୍ଶାଏ।ବାସ୍ତବରେ ଏହା ଆମ ନିଆରା ପର୍ବ ଅଟେ।