ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗା ଗ୍ରାମ ପଞ୍ଚାୟତର ଚିଲକପୁର ଠାରେ ଥିବା ଭାରତ ଗ୍ୟାସ କାର୍ଯ।ଳୟରେ ଏକ ନାଗ ସାପ ଥିବା ଦେଖି କର୍ମଚାରୀ ମାନେ ସ୍ନେକ୍ ହେଲ୍ପ ଲାଇନ ର ସଦସ୍ୟ ବିରେନ୍ଦ୍ର କୁମାର ସାହୁ ଙ୍କୁ ଖବର କରିଥିଲେ ।ଖବର ପାଇ ଶ୍ରୀ ସାହୁ ଗ୍ୟାସ କାର୍ଯ।ଲୟରେ ଥିବା ନାଗ ସାପ କୁ ଉଦ୍ଧାର କରିଥିଲେ । ଠିକ ସେହିପରି ରାଜପୁର ଗ୍ରାମ ପଞ୍ଚାୟତ ର ଚାର ଭାଟି ଗ୍ରାମର କରନ ନ।ଏକ ଙ୍କ ଘରୁ ମଧ୍ୟ ଏକ ନାଗ ସାପ ଉଦ୍ଧାର କରିଥିଲେ ।ଗୋଟିଏ ଦିନରେ ୨ ଟି ନାଗ ସାପ ଉଦ୍ଧାର କରି ଅଞ୍ଚଳରେ ବେଶ ପରିଚିତ ଥିବା ଶ୍ରୀ ସାହୁ ଙ୍କୁ ଧନ୍ୟବାଦ ଦେଇଥିଲେ ।ଉଦ୍ଧାର ୨ ନାଗ ସାପକୁ ନିକଟସ୍ଥ ଜଙ୍ଗଲରେ ଛାଡି ଥିବା ଶ୍ରୀ ସାହୁ ପ୍ରକାଶ କରିଥିଲେ ।
ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା