ସ୍କାଉଟ ଓ ଗାଇଡ ରେ ଶ୍ରେଷ୍ଠ କେମ୍ପୋରି ଜିଲ୍ଲା ଭାବେ କଳାହାଣ୍ଡି ଜିଲ୍ଲା ପୁରସ୍କୃତ ହୋଇଥିବା ବେଳେ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ର ଦୁଇ ଜଣ ଛାତ୍ର କୃଷ୍ଣ ମାଝୀ ଓ ସିଦ୍ଧେଶ୍ୱର ବାଗ ରାଜ୍ୟ ପୁରସ୍କାର ରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଛାତ୍ର କୃଷ୍ଣ ମାଝୀ ଓ ସିଦ୍ଧେଶ୍ୱର ବାଗ ଙ୍କ ଏହି ସଫଳତା ପାଇଁ ଆଜି ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବର୍ଦ୍ଧନା ସଭା ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଏସ.ଜଗନ୍ନାଥ ରାଓ ସଭାପତିତ୍ବ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅଶୋକ ବେହେରା, ବସନ୍ତ ପଣ୍ଡା, ସରୋଜ ପଣ୍ଡା, ଭାର୍ଗବ ସାହୁ, ନିମାଇ ପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ର ଦ୍ବୟ ଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଖେଳ ଶିକ୍ଷକ ଅଭୟ ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ମାଧବ ଲହଜଲ, ମାନସ ପଣ୍ଡା, ଗଣପତି ବାଗ ,ମଦନ ସେଠୀ, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ….