ଭାଷା
ପ୍ରଥମେ ଅକ୍ଷର
ଅକ୍ଷରରୁ ଶବ୍ଦ
ଶବ୍ଦରୁ ବାକ୍ୟ ଗଠନ
ସହଜ ସରଳ
ଶ୍ରବଣ ମଧୁର
ହୋଇଥିବ ଅର୍ଥପୂର୍ଣ୍ଣ.
ବାକ୍ୟର ପ୍ରକାର
ଭିନ୍ନ ନିରନ୍ତର
ଗଠନ ପ୍ରୟୋଗ ପାଇଁ
ସରଳ ଜଟିଳ
ଯୌଗିକ ସହିତ
ମିଶ୍ର ବାକ୍ୟ ଥାଏ ରହି.
ପ୍ରକାର୍ଯ୍ୟ କ୍ଷେତ୍ରରେ
ପଞ୍ଚମ ପ୍ରକାର
ବାକ୍ୟ ହୁଏ ଭାଗ ଭାଗ
ବିବୃତି ସୂଚକ
ଆଦେଶ ମୂଳକ
ଅନୁରୋଧ ହୁଏ ଯୋଗ.
ପ୍ରଶ୍ନ ଓ ବିସ୍ମୟ
ସୂଚକର ପରେ
ନାସ୍ତି ସୂଚକ ଆସଇ
ଏହି ପରି ଭାବେ
ପାଞ୍ଚ ପ୍ରକାରର
ବାକ୍ୟ ବ୍ୟାକରଣେ ଥାଇ.
କହିବା ଲେଖିବା
ସରଳ ପ୍ରାଞ୍ଜଳ
ହେଉଥିବ ବୋଧଗମ୍ୟ
ଅକ୍ଷରେ ସୌନ୍ଦର୍ଯ୍ୟ
ବଚନେ ମାଧୁର୍ଯ୍ୟ
ରଖିଥିବା ସଦା ଧ୍ୟାନ.
ଆମେ ତ ଓଡ଼ିଆ
ଭାଷା ତ ବଢିଆ
କିଏ କାହିଁ ହେବ ସରି
ସଂସ୍କାର ସଂସ୍କୃତି
ପ୍ରଥା ପରମ୍ପରା
ସ୍ୱତନ୍ତ୍ରତା ଅଛି ଭରି.
ଆମ ମାତୃଭାଷା
ଆମ ପରିଚୟ
ଏକଥା ଯିବାନି ଭୁଲି
ପର ପରିଧେୟ
ପିନ୍ଧି ଦେଖାଇଲେ
ଉପହାସ ମିଳେ ଖାଲି.