ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ବାଦୀ ବଗିଚା ଠାରେ ଚାଲିଥିବା ୩ ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଯାଇଛି, କେନ୍ଦ୍ର ଓ ରାଜ୍ଯ ସରକାର କଂ ଆନୁକୂଲ୍ୟରେ ତଥା ଖଡିଆଳ ବ୍ଲକ ର ଆୟୋଜନ ରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନକୁଂ ଡିଜିଟାଲ ମାର୍କେଟିଂ ଓ ଅନଲାଇନ ବେପାର ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯାଇ ଥିଲା ।ଏଥିରେ ୧୦ ଗୋଟି ଗୋଷ୍ଠୀ ରୁ ୨୦ ଜଣ ସଦସ୍ଯ ଅଂଶ ଗ୍ରହଣ କରିଥିଲେ , ନିଜ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ତଥା ଘର ଉପଯୋଗୀ ବସ୍ତୁ ବିଷେଶ କୁ କିପରି ଭାବରେ ପ୍ରଚାର ପ୍ରସାର ସହିତ ବ୍ଯବସାୟ କୁ ଆଗକୁ ବଢାଇ ପାରିବେ ତା ଉପରେ ସବିଶେଷ ଆଲୋଚନା ସହିତ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର କୁଂ ଧନ୍ଯବାଦ ପ୍ରଦାନ କରିଥିଲେ ସ୍ୱୟଂ ଶକ୍ତି ମହିଳା ମହାସଂଘ ର ସଭାନେତ୍ରୀ ଶ୍ରୀମତୀ ମମତା ମଞରୀ ଥପା , ଆଧୁନିକ ବଜାରରେ ନିଜ କୁ ଯଦି ସାମିଲ କରିବାକୁ ହେଲେ ଏହି ତାଲିମ କାର୍ଯ୍ୟକ୍ରମ ସମସ୍ତ କୁଂ ବିଷେଶ ସହଯୋଗୀ ହେବ ବୋଲି ନିଜ ପ୍ରତିକ୍ରିୟା ରେ ପରିପ୍ରକାଶ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
next post