ବାଲେଶ୍ଵର,୨୬/୬/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନଟାପଡ଼ା ଠାରେ ଥିବା ସାଇ ଅନାଥ ଆଶ୍ରମରେ ଜନ୍ମଦିନ ପାଳନ ହୋଇଯାଇଛି । ଏ ଅଞ୍ଚଳର ସମାଜସେବୀ ଦୈତାରୀ ପଣ୍ଡାଙ୍କ ବନ୍ଧୁ ସୁଜାତା ଜେନାଙ୍କ ଜନ୍ମଦିନ ଉପଲକ୍ଷେ ସଂଧ୍ୟାରେ ଆଶ୍ରାମରେ ଛୋଟ ଛୋଟ ପିଲାଙ୍କୁ ଖାଦ୍ୟ ବଣ୍ଟନ କରିବା ସହିତ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏବଂ କୌଣସି ସମୟରେ ଯଦି କିଛି ଅସୁବିଧା ଅନୁଭବ ହୁଏ, ତା’ ହେଲେ ସମାଜସେବୀ ଙ୍କୁ ଅବଗତ କରାଇବା ପାଇଁ ଆଶ୍ରମର ଗୁରୁଜୀ ରୁଘୁନାଥ ମହାପାତ୍ରଙ୍କୁ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦୈତାରୀ ପଣ୍ଡା, ଯୋଗଗୁରୁ ମୁକ୍ତିକାନ୍ତ ପାଣିଗ୍ରାହୀ ଓ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ ସଭାପତି ମୟୂର କୁମାର ଦାସ ଓ ଜୟନ୍ତ ପ୍ରଧାନ ଉପସ୍ଥିତ ଥିଲେ । ଏକାଡେମୀର କିଛି ଛାତ୍ର ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ଆଶ୍ରମରେ ରହି ୮୦ ଜଣ କୁନି କୁନି ପିଲା ନିଜ ଭବିଷ୍ୟତ ତିଆରି କରୁଛନ୍ତି । ସେମାନଙ୍କ ସହିତ ବିତେଇଥିବ ସମୟ ଅତ୍ୟନ୍ତ ଆନନ୍ଦ ଦାୟକ ଓ ନିଆରା ବୋଲି ସମାଜସେବୀ ମାନେ ଖୁସିରେ ବ୍ୟକ୍ତ କରିଛନ୍ତି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ