ଜଗନ୍ନାଥ ସ୍ୱାମୀ
ଭକତ ଭାବରେ ରହିଛ ଠାକୁରେ
ଭାବଗ୍ରାହୀ ଅନ୍ତର୍ଯ୍ୟାମୀ
ପ୍ରଭୁ ପରଂବ୍ରହ୍ମ କରୁଛି ସ୍ମରଣ
ଜୟ ଜଗନ୍ନାଥ ସ୍ୱାମୀ ।1।
ହେଚକା ନୟନ ପତିତପାବନ
ଆନନ୍ଦ ବଜାର ଖୋଲି
ଅବଢ଼ା ଖୁଆଇ ସଭିଙ୍କୁ ଛାଡୁଛ
ମୋକଥା ଗଲକି ଭୁଲି ।2।
ରତ୍ନ ସିଂହାସନେ ଦରଶନ କରି
କୈବଲ୍ୟ କଣିକା ପାଇ
ମନ୍ଦିର ବେଢାରେ ଥକା ମେଣ୍ଟାଇଲି
ପତିତପାବନ ଚାହିଁ ।3।
ତୁମ ପରି ନାଥ ଥାଇମୁଁ ଅନାଥ
ଜନମରୁ ଦୀନ ଦୁଃଖୀ
କାଳିଆ ସାଆନ୍ତ ଅନାଥର ନାଥ
କେଉଁଦିନ ହେବି ସୁଖୀ ।4।
କଳ୍ପବଟ ତଳେ ବସି ନୀଳାଚଳେ
ଜପେ ରାମକୃଷ୍ଣ ହରି
ପୁଣ୍ୟ ଧାମକ୍ଷେତ୍ରେ ମୋନେତ୍ର ପବିତ୍ର
କ୍ଷମାକର ଚକ୍ରଧାରୀ ।5।
ଭକତ ତୁମର ତୁମେ ଭକତର
ଶୀରିକ୍ଷେତ୍ରେ କର ଲୀଳା
ଗୁପତ ବ୍ରହ୍ମରେ ଲୀଳା ନୀଳାଚଳେ
କର ତୁମେ ଚକାଡୋଳା ।6।
ନବ ଯୌବନରେ ଦରଶନ ଦେବ
ଥିଲ ଅଣସର ଘରେ
ଭକତ ତୁମକୁ ଚାହିଁ ରହିଛନ୍ତି
ସିଂହ ଦୁଆର ଆଗରେ ।7।
ଘୋଷଯାତ୍ରା ପାଇଁ ସବୁ ସାଜସଜା
ରଥରେ ଦର୍ଶନ ଦେବ
ଜଗତର ଦୁଃଖ ତାପ ହରିନେବ
ଜଗତ ଉଦ୍ଧାର ହେବ ।8।
ଅପଲକ ନେତ୍ରେ ଚାହିଁଛି ଭକତ
ଆସ ଆସ ଜଗନ୍ନାଥ
ବାମନ ବେଶରେ ଦରଶନ ଦିଅ
ପୂର୍ଣ୍ଣହେଉ ମନୋରଥ ।9।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର