ଢେଙ୍କାନାଳ : କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ଗ୍ରାମର ଯୁବକ ତନୁ ପଧାନ(୨୫) ଗତ କାଲି ଅପରାହ୍ନରେ ଟାଟା ମାଇନ୍ସ ରୁ ନିଜ ଗାଁ ଗଡ଼ପଳାଶୁଣି ଯାଉଥିଲା ବେଳେ ଅଜଣା ଗାଡି ଧକା ରେ ତିଳେଇବେଣୀ ଛକ ଠାରେ ଦୁର୍ଘଟଣା ହେଇ ରାସ୍ତାରେ ପଡ଼ିଥିଲେ ।ସ୍ଥାନୀୟ ଲୋକଙ୍କ ସହାୟତାରେ 108 ଆମ୍ବୁଲାନ୍ସରେ ପ୍ରଥମେ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରିବା ପାଇଁ ନିଆ ଯାଇଥିଲା ଅଧିକ ଗୁରୁତର ହେବାରୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି ।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ