ଥୁଆମୂଳ ରାମପୁର :- ଥୁଆମୂଳ ରାମପୁରରୁ ବଳଭଦ୍ର ବାଗଙ୍କ ରିପୋର୍ଟ ରାୟଗଡା ଜିଲ୍ଲା କାଶିପୁର ବ୍ଳକ୍ ଅନ୍ତର୍ଗତ କୁଲିୟା ପଦର୍ ଗ୍ରାମରେ ଆଦିବାସୀ ସାସ୍କୃତି ପରମ୍ପରା ଟୋକି ମରା ପୁସ୍ ପର୍ବ ଆରମ୍ଭ ହେବାକୁ ଯାଉଛି। ସେନେଇ ଘଣ୍ଟ ବନ୍ଧା ଉସ୍ବବ ଅନୁଷ୍ଠିତ ହୋଇଯାଇଛି,
ଏହି ଉତ୍ସବରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ୍ ର ଥୁଆମୂଳ, ଭଟାଗୁଡା,
ମର୍ଦିଗୁଡା,କଣ୍ଟାବାଞ୍ଜି,ରାଣିଡୁମେର୍,ଅଡିଗୁନା,ଧୂଲିଗୁଡା, ସମେତ ଅନ୍ଯାନ୍ଯ ଗ୍ରାମରୁ ଆଦିବାସୀ ଏବଂ ଅନେକ ଜନଜାତି ଛେଳି,ମେଣ୍ଢା ଚାଉଳ, ଡାଲି,ଖାଦ୍ଯ ଦ୍ରବ୍ଯ ସାଙ୍ଗରେ ନେଇ କୋଲିଆ ପଦର୍ ଗ୍ରାମକୁ ଭେଟ ଦେଇଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ଥୁଆମୂଳ ରାମପୁର ବ୍ଲକ୍ ର ଆଦିବାସୀ ସମାଜର ସଭାପତି ରାମ ମାଝୀ,
ଥୁ,ଭଟାଗୁଡାରୁ ବଳଭଦ୍ର ଜାନୀ, ଜନାର୍ଦ୍ଦନ ଜାନୀ, ଜୟସିଂ ମାଝୀ,ବୁଡା ମାଝୀ, ଜୟତୀ ମାଝୀ,ସାଧୁରାମ ମାଝୀ,ବିଭୁଦତ୍ତ ମାଝୀ,କବି ଚନ୍ଦ୍ର ମାଝୀ ଏବଂ ରାୟଗଡା ଜିଲ୍ଲା ଅଡାଜୋର ପଞ୍ଚାୟତର ସରପଞ୍ଚ ଆଦ୍ ବାରୁ ମାଝୀ, ଦେବେନ୍ଦ୍ର ମାଝୀ,ସାନନ୍ଦ ମାଝୀ, ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅନେକ ଭଦ୍ର ବ୍ୟକ୍ତି ସାମିଲ ହୋଇଥିଲେ। ବାଜା ନିସାନ୍ ର ତାଳେ ତାଳେ ଆଦିବାସୀ ଲୋକେ ନାଚରେ ଝୁମିଯାଇଥିଲେ,ଏହାକୁ ଅନେକ ଲୋକେ ଆନନ୍ଦରେ ଉପଭୋଗ କରିଥିଲେ