ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଷଜମି ମୁହାଁ ଜଙ୍ଗଲି ହାତୀ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ।

 

 

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଞ୍ଚଳରେ କିଛିଦିନ ହେଲା ହାତୀ ଉପଦ୍ରବ ବଢିବାରେ ଲାଗିଛି । ବ୍ଲକ ଅଧିନ କମେଗାଁ ପାହାଡରେ ଉକ୍ତ ହାତୀପଲ ରହୁଥିବା ବେଳେ ନିକଟସ୍ଥ ଗ୍ରାମ କମେଗାଁ, ବାଲିପଡା, ଭାନପୁର, ତୁଲାପଡା, କୁର୍ମେଲ୍, ଗୁଡାଙ୍ଗଗୋଛା, ତିତକେଲା, ପଲସାପଡା, ବୁର୍ଡିପଡା ଆଦି ଅଞ୍ଚଳର ଚାଷଜମି ମାନଙ୍କୁ ରାତିରେ ଆସି ବ୍ୟାପକ ଫସଲ ନଷ୍ଟ କରୁଥିବା ଜଣାପଡିଛି । ଏହି ହାତୀ ପଲ ଦଳରେ ୨୯ ଟି ହାତୀ (୨୫ଟି ବଡହାତୀ ଓ ୪ଟି ହାତୀଛୁଆ) ଭୀମକେଲା ଗ୍ରାମ ପଞ୍ଚାୟତ ଅଧିନ ବୁର୍ଡିପଡା ଓ ପଲସାପଡା ଦେଇ ରୁପ୍ରା ପଞ୍ଚାୟତ ଅଧିନ ତିତକେଲା ଅଞ୍ଚଳରେ ଆସି ସାନ୍ଦୁଲ୍ ନଦୀ ପାର୍ଶ୍ୱ ଜମିରେ ରହିଛନ୍ତି । ତିତକେଲା ଗ୍ରାମର ଜିତେନ୍ଦ୍ର ବିଶ୍ୱାଲ ସୋମବାର ସକାଳେ ନିଜ ଜମିକୁ ଯାଇଥିବା ସମୟରେ ଉକ୍ତ ହାତୀପଲ ଥିବା ଦେଖିବାକୁ ପାଇ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଫୋନ୍ କରି ଜଣାଇଥିଲେ । ଜଙ୍ଗଲ ବିଭାଗ ଏହି ଖବର ପାଇବା ପରେ ରୁପ୍ରାରୋଡ୍ ସେକ୍ସନ୍ ଅଧିନ ବନରକ୍ଷୀ ତପନ ବେହେରା, ନିଗମ ସାହୁ, ଫକୀର ବିଶ୍ୱାଲ ଆସି ହାତୀର ଗତିବିଧି ଉପରେ ନଜର ରଖିଥିଲେ। ପରେ ଅପରାହ୍ନରେ କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହେର, ଡେପୁଟୀ ରେଞ୍ଜର ଯୁଧିଷ୍ଠିର ଜାଲ, କେସିଙ୍ଗା ଫରେଷ୍ଟର ଶ୍ରୀମୁଖ ମେହେର ପ୍ରମୁଖ ହାତୀ ଥିବା ଅଞ୍ଚଳରେ ପହଞ୍ଚିଥିଲେ । ହାତୀର ଗତିବିଧିକୁ ନୀରିକ୍ଷଣ କରିବାପରେ ସନ୍ଧ୍ୟା ହୋଇଯିବାରୁ ଜନସାଧାରଣ ସତର୍କ ରହିବାକୁ ଡେପୁଟି ରେଞ୍ଜର୍ ଶ୍ରୀ ଜାଲ୍ କହିଥିଲେ । ଉକ୍ତ ହାତୀପଲ ଦିନଯାକ ତିତକେଲାର ହରଡ ଚାଷଜମିରେ ରହିଥିବା ବେଳେ ପଲସାପଡା ଗ୍ରାମର ଅଶୋକ ନାଏକ, ଅରବିନ୍ଦ ସା, ବିନୋଦ ନାଏକ ଓ ତିତକେଲା ଗ୍ରାମର ଜିତେନ୍ଦ୍ର ବିଶ୍ୱାଲ, କୂଲଦୀପ ଅଗ୍ରୱାଲ, ସରୋଜିନୀ ଜୈନ, ଡମ୍ବରୁ ବାଗ, ଚନ୍ଦ୍ର ଭୋଇ, ବିକ୍ରମ ଭୋଇ, ନେପାଲ ଭୋଇ, ମିଲନ ଭୋଇ, ଚନ୍ଦ୍ର ହରିଜନ ଓ ଫକୀର ହରିଜନଙ୍କ ବ୍ୟାପକ ହରଡ ଫସଲ ନଷ୍ଟ କରିଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ଯେଉଁ ଚାଷୀ ମାନଙ୍କ ଫସଲ ନଷ୍ଟ ହୋଇଛି ସରକାରୀ ସହାୟତା ପାଇବା ନିମନ୍ତେ ଆବେଦନ କରିବାକୁ ଜଙ୍ଗଲ ବିଭାଗ ତରଫରୁ ଚାଷୀମାନଙ୍କୁ କୁହାଯାଇଛି। ସୂଚନା ଥାଉକି ଏହା ପୂର୍ବରୁ ଗତ ତା ୧୮/୯/୨୧ ରିଖରେ ୧୧ ଟିକିଆ ହାତୀପଲ ଉକ୍ତ ଅଞ୍ଚଳକୁ ଆସି ବ୍ୟାପକ ଫସଲ ନଷ୍ଟ କରିଥିଲେ । ବାରମ୍ୱାର ହାତୀପଲ ଚାଷଜମି ମୁହାଁ ହୋଇ ଚାଷ ନଷ୍ଟ କରୁଥିବାରୁ ଲୋକମାନେ ମଧ୍ୟ ଭୟଭୀତ ଅବସ୍ଥାରେ ରହୁଛନ୍ତି ।

ରିପୋର୍ଟ ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଶିଉନି ଓ ହଂସପଡ଼ା ରେ ଦୀପାବଳି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ରବୀନ୍ଦ୍ରକୁମାର ବେହେରା ଙ୍କ କବିତା ଆଗଚ୍ଛନ୍ତୁ ମହାମୟୀ ଲକ୍ଷ୍ମୀ

Sunil Chandra Nayak

ଅପରାଜିତା ପରିଡା ଙ୍କ କବିତା ଦୀପାବଳି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort