ଜୟପାଟଣା , ମ ନିସ ,କଳାହାଣ୍ଡି ଜିଲ୍ଲା ଜୟପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି କରୋନା ଯୋଦ୍ଧା ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବ ରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ଜିଲ୍ଲା ବି ଜେ ଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ,କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ଅଧ୍ୟକ୍ଷ ଜିତେନ୍ଦ୍ର ନାରାୟଣ ସିଂହଦେଓ, ବିଧାୟକ ପ୍ରଦୀପ ଦିଶାରୀ, ସରପଞ୍ଚ ଦୀଲିପ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କରୋନା ମହାମାରୀ ସମୟରେ ଲୋକଙ୍କ ତାଲିକା ପ୍ରସ୍ତୁତ, ପ୍ରତିଷେଧକ ବ୍ୟବସ୍ଥା, ଘରଘର ବୁଲି ସର୍ଭେ କରିବା ସହ ନିଜ ଜୀବନ କୁ ବାଜି ଲଗାଇ ସେବା ଯୋଗାଇ ଥିବାରୁ ୧୪୪ ଜଣ ଆଶାକର୍ମୀ, ୧୭୦ ଅଙ୍ଗନୱାଡି କର୍ମୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।