ନୂଆପଡ଼ା -ନୂଆପଡା ଜିଲ୍ଲା ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ ଅଣ ସଂକ୍ରାମକ ରୋଗ ସଚେତନତା ରଥ ମଙ୍ଗଳବାର ଶୁଭାରମ୍ଭ ହୋଇଯାଇଛି । ଖଡିଆଳ ବିଡିଓ ନାରାୟଣ ସାହୁ, ଡାକ୍ତର ଆଦିତ୍ୟ ଯୋଷୀ, ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ଆଜି ଏହି ରଥ ଖାସବାହାଲ ଏବଂଦୋହେଳପଡା ପଂଚାୟତରେ ପରିକ୍ରମା କରି ଲୋକଙ୍କୁ ସଚେତନତା ସୃଷ୍ଟି କରିଥିଲେ । ବିଶେଷକରି ଅଣ ସଂକ୍ରମକ ରୋଗର କାରଣ, ଜୀବନ ଶୈଳୀ ପରିବର୍ତନ କରିବା ଓ ଅଣ ସଂକ୍ରାମକ ରୋଗରୁ ରକ୍ଷା ଉପରେ ସଚେତନତା ସୃଷ୍ଟି କରୁଅଛି । (ନୂଆପଡା ରୁ ସୁଜିତ କୁମାର ପ୍ରଧାନ)
previous post