ନୂଆପଡା -ଆସୁଛି ପଞ୍ଚାୟତ ନିର୍ବାଚନ।ଭୋଟର ସଂଯୋଗୀକରଣ ଓ ସଚେତନ ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।ସ୍ବେଚ୍ଛାସେବୀ ଅନୁଷ୍ଠାନ ସବୁ ମଧ୍ୟ ଏନେଇ ଲୋକଙ୍କୁ ସଚେତନ କରିବାର ପ୍ରୟାସ କରୁଛନ୍ତି।ଏନେଇ ଖଡ଼ିଆଳରୁ ଦେଖିବା ବିଶେଷ ରିପୋର୍ଟ-ପଞ୍ଚାୟତ ନିର୍ବାଚନ ପାଇଁ ସଚେତନତା କାର୍ଯ୍ୟକ୍ରମ ଲୋକଙ୍କ ଅଧିକାର ଓ ସରକାରୀ କାର୍ଯ୍ୟକ୍ରମର ସୁଫଳତା ପାଇଁ ନୂଆଦିଲ୍ଲୀ ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ ହଙ୍ଗର ପ୍ରୋଜେକ୍ଟ ନୂଆପଡ଼ା ଜିଲ୍ଲାର ସିନାପାଲି, ଖଡ଼ିଆଳ ଓ ବୋଡେ଼ନ ବ୍ଲକରେ କାର୍ଯ୍ୟ କରୁଛି।ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକେ କିପରି ଠିକ ବ୍ୟକ୍ତିଙ୍କୁ ନିର୍ବାଚିତ କରିବେ ଓ ମହିଳା ମାନେ କିପରି ସଶକ୍ତିକରଣ ହୋଇ ପାରିବେ ସେନେଇ ଏହି ତିନି ବ୍ଲକର ବିଭିନ୍ନ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି।ଗାୟକ ନବୀନ ନାଗ ଓ ସାଥି ପାଲା ପରିବେଷଣ କରି ଭୋଟର ସଂଯୋଗୀକରଣ, ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା, ନିର୍ବାଚନୀ ପ୍ରଚାରର ନିୟମାବଳୀ, ମହିଳା ଅଂଶଗ୍ରହଣ ଆଦି ଉପରେ ଆଲୋଚନା କରୁଛନ୍ତି।ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଗାଁ ଗାଁ ରେ ରାଜନୈତିକ ଉଷ୍ମତା।ଆଶାୟୀ ପ୍ରାର୍ଥୀ ମାନେ ଲୋକବଳ ସଂଘଠିତ କରିବାକୁ ଲାଗିଲେଣି।ହିସାବ କିତାବ ଆରମ୍ଭ ହୋଇଯାଇଛି।ରାଜନୈତିକ ଦଳ ଓ ଜନ ପ୍ରତିନିଧି ଗୋଟି ଚାଳନା ଆରମ୍ଭ କରୁଛନ୍ତି।ଏ ପରିପ୍ରେକ୍ଷୀରେ ଠିକ ଲୋକଙ୍କୁ ନିର୍ବାଚନ କରିବା ଭୋଟରଙ୍କ ପାଇଁ ଏକ ଆହ୍ୱାନ ସଦୃଶ।ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରିବା ହେଉଛି ଠିକ ଲୋକଙ୍କୁ ପଞ୍ଚାୟତ ନିର୍ବାଚନ ରେ ବାଛିବା।ଗଣତନ୍ତ୍ର ଶାସନର ପ୍ରଥମ ସ୍ତମ୍ଭ ଭାବରେ ଏହି ନିର୍ବାଚନକୁ ବିଚାର କରାଯାଏ।ଓଡିଶା ସରକାର ଏହି ନିର୍ବାଚନ ପାଇଁ ୫୦ଭାଗ ସ୍ଥାନ ସଂରକ୍ଷଣ କରିଛନ୍ତି।ଏଣୁ ମହିଳା ମାନେ ସଂରକ୍ଷଣର ସୁବିଧା ସହ ଅନ୍ୟ ପଚାଶ ଭାଗ ଆସନରେ ମଧ୍ୟ ବହୁଳ ଭାବରେ ଅଂଶଗ୍ରହଣ କରିବାକୁ ଏହି କାର୍ଯ୍ୟକ୍ରମରେ ଆହ୍ୱାନ ଦିଆଯାଇଛି । (ନୂଆପଡା ରୁ ସୁଜିତ କୁମାର ପ୍ରଧାନ)
previous post