ନୂଆପଡ଼ା, ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ନାଗପଡା ପଂଚାୟତ ହାଇସ୍କୁଲ ଖେଳ ପଡିଆ ଠାରେ ଲିଟିଲ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭ ଉଦଘାଟନ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବୋଡେ଼ନ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଦୀକପାଳ ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ମ୍ୟାଚର ଉଦଘାଟନ କରିଥିଲେ । ଏହି ସମୟରେ ନାଗପଡା ଗ୍ରାମ ପଞ୍ଚୟତ ଝାଙ୍କର, ଶିବ ଶକ୍ତି ଯୁବକ ସଂଘ ସଭାପତି ଖଗେଶ୍ୱର ସୁନାନୀ, ସମାଜସେବୀ ଥବିରାମ ମାଝୀ ଏବଂ ଅନେକ ଭଦ୍ର ବ୍ୟକ୍ତି ଉପସ୍ଥିତ ରହି ଥିଲେ । ପ୍ରଥମ ଶୁଭାରମ୍ଭ ମ୍ୟାଚ ଖଇରା ଦଳ ସହିତ ମଣ୍ଡୋସିଲ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଖଇରା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ଓଭରରେ ୮୯ ରନ ସଂଗ୍ରହ କରିଥିଲେ , ଜବାବରେ ମଣ୍ଡୋସିଲ ଦଳ କୌଣସି ୱିକେଟ ନ ହରାଇ ମାତ୍ର ୫ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି ମ୍ୟାଚଟିକୁ ଜିତିନେଇ ଥିଲେ । କମଳସାଏ ମାଝୀ, ଆୟୋଜକ, କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଭାପତି ସୁଜନ ସିଂ ମାଝୀ, ସମ୍ଫାଦକ ମୋହନ ରଞ୍ଜନ ସୁନାନୀ, ଟିମ ପରିଚାଳକ ମାନୁହର ମାଝୀଙ୍କ ସହ ଗାଁର ଯୁବପିଢ଼ି ଓ ଖେଳପ୍ରେମୀ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଯୋଗ ଦେବାକୁ ଥିବା ବେଳେ ଏହା ଆସନ୍ତା ୩୦ ତାରିଖ ସମାପନ ହେବ । (ନୂଆପଡା ରୁ ସୁଜିତ କୁମାର ପ୍ରଧାନ,)