ଆନନ୍ଦପୁର -: ପ୍ରକାଶ ଥାଉକି ଗତ ଗୁରବାରଦିନ ଖଲଣା ଗ୍ରାମର ଉଦ୍ଯମି ଯୁବକ ସୁନନ୍ଦ ସେଠୀ ଓ ସାଥୀ ସାଇଁକୁଳ ବଜାରରୁ ଫେରିବା ସମୟରେ କିଛି ଅସାମାଜିକ ବ୍ୟକ୍ତି ରାଜନୈତିକ ଆକ୍ରୋଶ ରଖି ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ଉଭୟ ଙ୍କ ଭିତରେ ବଚଶା ହୋଇଥିଲା । ପରେ ଆକ୍ରମଣ କାରି ବନ୍ଧୁକ ଖୋଲି ଗୁଳି ମାରି ସୁନନ୍ଦ୍ ଙ୍କୁ ହତ୍ୟା କରିଥିଲା ଓ ସାଥିଙ୍କୁ ମରଣାନ୍ତକ ଆକ୍ରମଣ ଫଳରେ ଏବେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧିନ। ପରିବାର ଓ ଗ୍ରାମବାସୀ ଙ୍କ ତରଫରୁ ଥାନାରେ ଆକ୍ରମଣ କାରୀଙ୍କ ବିରୁଦ୍ଧରେ ଏତଲା ଦିଆଯିବା ସହ ସ୍ଥାନୀୟ ବିଧାୟକ ବଦ୍ରିନାରାୟଣ ପାତ୍ର ଙ୍କ ପୁତ୍ର ଟୁଟୁ ପାତ୍ର ଓ ଟୁଲୁ ସାହୁ ଙ୍କ ବିରୁଦ୍ଧରେ ରାମଚନ୍ଦ୍ରପୁର ଥାନାରେ ଏତଲା ଦାୟର କରାଯାଇଛି। ଉକ୍ତ ଘଟଣାକୁ ଭାରତୀୟ ଜନତା ପାର୍ଟି ତୀବ୍ର ନିନ୍ଦା କରିଛି ଏବଂ ହତ୍ୟା ହୋଇ ଥିବା ସୁନନ୍ଦ ପରିବାର କୁ ବିଜେପି ତରଫରୁ ଏକ ପ୍ରତିନିଧି ମଣ୍ଡଳ ଭାବେ ରାଜ୍ୟ ନମାମିଗଙ୍ଗେ ରାଜ୍ୟ ସଭପତି ମହେଶ୍ୱର ସାହୁ, ରାଜ୍ୟ ସମ୍ପାଦକ ବଦ୍ରିନାରାୟଣ ଧଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ପୃଥୁରାଜ୍ କୁଅଁର , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବାଇଧର ଚିନ୍ଦ୍ରା ସମେତ ଅଶୋକ ସାହୁ , ଶ୍ରୀନିବାସ ବାରିକ ସହ ଦଳର ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ ମୃତାହତ ସୁନନ୍ଦ ପରିବାର କୁ ସମବେଦନା ଜଣାଇବା ସହ ଉକ୍ତ ଘଟଣାକୁ ଘୋର ନିନ୍ଦା କରିବା ସହ ହତ୍ୟାକାରୀ କୁ ଗିରଫ କରିବା ପାଇଁ ଜୋରଦାର ଦାବୀ ରଖିଛି ଏବଂ ସଂପୃକ୍ତ ଥିବା ବିଧାୟକ ଙ୍କ ପୁତ୍ର ଟୁଟୁ ପାତ୍ର ଓ ଟୁଲୁ ସାହୁ ଙ୍କୁ ମଧ୍ୟ ଗିରଫ କରିବା ପାଇଁ ଦାବି କରିଥିଲେ ।
ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ