Uncategorizedସୁକାନ୍ତ ଖଣ୍ଡା ଙ୍କ କବିତା ନିନ୍ଦା by Sunil Chandra NayakJuly 18, 2022082 Share0 ନିନ୍ଦା ସୁକାନ୍ତ ଖଣ୍ଡା ବ୍ରାହ୍ମଣକୁ କେହି ନିନ୍ଦା କରିବନି କୁଳକ୍ଷୟ ହୋଇପାରେ ଭାଗବତ ଗୀତା ନିନ୍ଦା କରୁଥିଲେ ଯାଏ ସେ ନର୍କର ଦ୍ବାରେ।୧ ଜନ୍ମିତ ମାତାଙ୍କୁ ନିନ୍ଦା କରୁଥିଲେ ରୋଗର ଯନ୍ତ୍ରଣା ଭୋଗେ ପିତାଙ୍କୁ ନିନ୍ଦାରେ ଯିଏ ପୋତୁଥାଏ ସ୍ବର୍ପାଘାତେ ପଡ଼େ ଆଗେ।୨ ଗୁରୁ ନିନ୍ଦା ଯିଏ ନିତି କରୁଥାଏ ବିଦ୍ଯା ନାଶ ତାର ହୁଏ ଶାସ୍ତ୍ର ନିନ୍ଦା ସଦା କରୁଥିବା ଲୋକ ଚକ୍ଷୁହୀନ ହୋଇଯାଏ।୩ ଜପ ତପ ନିନ୍ଦା କରୁଥିବା ଲୋକ ମନ୍ଦ ତାର ଭାଗ୍ୟ ଆହା ଈଶ୍ବରଙ୍କ ମୋଟେ ସହାୟ ତାହାକୁ ମିଳିପାରେ ନାହିଁ ଆହା।୪ ପରକୁ ସର୍ବଦା ନିନ୍ଦା କରିବାତ ମୋ ଭାଗ୍ଯେ କି ଲେଖାଥାଏ କାହାକୁ ଦେଖିଲେ ତେଣୁ ନ ସହିକି ନିନ୍ଦା ସଦା ଫିଙ୍ଗିଥାଏ।୫ ଗାଆଁ ଗୋଟାକର ଏକା ଜଣେ ମୁହିଁ ଦେଖିସହି ପାରେନାହିଁ ତେଣୁ ବୋଧହୁଏ ରୋଗ ଆଉ କୋକେ ନିତି ପଡ଼ିଅଛି ମୁହିଁ।୬ ଜଗତ କଲ୍ଯାଣ ମୋଟେ ଚାହେଁ ନାହିଁ ଆତ୍ମସ୍ବାର୍ଥ ଦିନରାତି ଗୁରୁ ଶାସ୍ତ୍ର ଠାରୁ ପିତାମାତା ଯାଏଁ ନିନ୍ଦା କରିଥାଏ ନିତି।୭ ଦିନେହେଲେ ଆହା ପରର ସୁଖରେ ଅବା ପରଦୁଃଖେ ମୁହିଁ ଯାଇ ପାରିଲିନି ସେ ପାଇଁ କି ଆଜି ନିତିଦିନ ମରୁଥାଇ।୮ ଈଶ୍ବର ସଂସାର ଭାରି ଶୁଭଙ୍କର ବୁଝି କି ନ ବୁଝିପାରି ଆଜି ତେଣୁକରି ଜୀଅନ୍ତା ଶବଟେ ପରିକା ମୁଁ ଭ୍ରମୁଥାଇ।୯ ହେ ଈଶ୍ୱର ମୋତେ ନେଇଚାଲ ତୁମ କର କମଳକୁ ଆଜି ଦୁଷ୍କର୍ମ ଯେତେକ ଦୂରକୁ ଫୋପାଡ଼ି ଆଉ ଦିଅ ନାହିଁ ଭାଜି।୧୦ ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର