ନୂଆପଡା ଜିଲ୍ଲା ଖଡିଆଳ ଠାରେ ଥିବା ଲୋକଦୃଷ୍ଟି ଅନୁଷ୍ଠାନ ତରଫରୁ ଖଡିଆଳ, ବୋଡେନ ଓ ସିନାପାଲି ବ୍ଲକର ଭିନ୍ନ ଭିନ୍ନ ଗ୍ରାମର ୨୫ ଜଣ ଅଙ୍ଗନବାଡି କର୍ମୀଙ୍କୁ ନେଇ ଏକ ଦୁଇ ଦିନିଆ ତାଲିମ ତଥା ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଅଙ୍ଗନବାଡି କେନ୍ଦ୍ରର ଶିଶୁ ମାନଙ୍କ ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଉଦ୍ଧିଷ୍ଟ ବିଷୟ ଗୁଡିକ ଉପରେ ବିସ୍ତୁତ ଆଲୋଚନା କରାଯାଇଥିଲା । ଆମେରିକାନ ଇଣ୍ଡିଆ ଫାଉଣ୍ଡଡ଼େସନ ଓ ୱେଷ୍ଟ ବ୍ରିଜ ଙ୍କ ସହାୟତାରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟ କର୍ମଶାଳା ରେ ନୂଆପଡା ଠାରେ ମଧ୍ୟ ୨୦ ଜଣ ଅଙ୍ଗନବାଡି କର୍ମୀ ଭାଗ ନେଇଥିଲେ । ନୂଆପଡା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଆଷ୍ଟେରିଆ କେରକେଟା ଓ ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀ ଜଗରନାଥ କୁଟା କାର୍ଯ୍ୟକ୍ରମରେ ଭାଗନେଇ ଅଙ୍ଗନବାଡିମାନଙ୍କୁ ମାର୍ଗଦର୍ଶନ କରିଥିଲେ । ପ୍ରଥମ ପର୍ଯ୍ୟାୟ କର୍ମଶାଳାଟିକୁ ଆରିଫ ମହମ୍ମଦ ପରିଚାଳନା କରିଥିଲେ ।ଏଥିରେ ଶୁଭ୍ରାଂଶୁ ବାବୁ, ଟୋପରାମ ବରିହା, ଲମ୍ବୋଧର ରଣା ସହଯୋଗ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟ କର୍ମଶାଳା ଏହି କାର୍ଯ୍ୟକ୍ରମଟିକୁ ଭିମସେନ ମାଳିଙ୍କ ସହ ପ୍ରକାଶ କୁମାର ବନ୍ଦିଛୋର ପରିଚାଳନା କରିଥିଲେ । ଏଥିରେ ବିଜୁଦାସ ମହାନନ୍ଦ ,ହରିସେନ ପୋଢ ସହଯୋଗ କରିଥିଲେ । ଉକ୍ତ ଅଙ୍ଗନବାଡି କର୍ମୀଙ୍କ ତାଲିମ ତଥା ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳାଟି ଲୋକଦୃଷ୍ଟି ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ଭୁବନେଶ୍ଵର ରାଉତ ଓ ଶିକ୍ଷା ବିଜ୍ଞାନ ସଂଯୋଜକ ଶ୍ରୀଯୁକ୍ତ ହିମାଂଶୁ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ନୂଆପଡା ରୁ ସୁଜିତ କୁମାର ପ୍ରଧାନଙ୍କ ରିପୋର୍ଟ)