ଜଗନ୍ନାଥ ନାରାୟଣ
ସୁଧୀର ପଣ୍ଡା
ଅବିଚାରେ ଅନାହାରେ ତେଜୁଁ ପ୍ରାଣ
ତୁମନାମ ଧ୍ଯାୟୀ ଧ୍ଯାୟୀ
ତିଳେମାତ୍ର ତବ କରୁଣା ପ୍ରସାଦ
ନଦିଅ ହେ କାହିଁପାଇଁ।୧
ନିଶ୍ଚେ ପ୍ରଭୁ ତୁମେ ଦେବ ଶିରୋମଣି
ପାରନ୍ତି ସମସ୍ତେ ଜାଣି
ମର୍ତ୍ତ୍ଯେ କରି ବାସ ମାନବ ସକାଶ
ଦର୍ଶାଉଛ ଖାଲି ଠାଣି।୨
ଆମେ କି ଶିଖିବୁଁ ତୁମରି ପ୍ରତିଭା
ବିଗାଡ଼ି ପତ୍ନୀର ମନ
ଏକା ଛାଡି ତାଙ୍କୁ, ଭ୍ରାତା ଭଗ୍ନୀ ସାଥେ
ଗମି ମାଉସୀ ଭୁବନ।୩
ପଦ୍ମାଳୟା ଆଉ ଶାନ୍ତିରେ ଥାନ୍ତେକି
କଲେ କେତେ ଅଭିମାନ
ସେ ସ୍ମୃତି ଟିକକ ଚୀର ଅପାଶୋରା
ଆହେ ପ୍ରଭୁ ନାରାୟଣ।୪
ବ୍ଯଞ୍ଜନ ଶୃଙ୍ଗାର୍ ମାତ୍ର ଦୁଇକଥା
ସମୟ ପାଇବ କେବେ
ଦୁଃଖି ଦରିଦ୍ରର ଆକୁଳ କାନ୍ଦଣା
ଶୁଣିବକି କିଏ ଏବେ।୫
ବିଶ୍ବାସ ଟିକକ ହରାଇନୁ କେବେ
ନିଜେ ଭବି ଦୀନ ଦୁସ୍ଥ
ବରଷକେ ଥରେ ବିରାଜ ରଥରେ
ବଡଦାଣ୍ଡ ଭବେ ପ୍ରସ୍ଥ,।୬
ମୂରୁଖ ନିରୀହ ଦରିଦ୍ର ପଶରା
ଏହି ସବୁନାମ ବୋହି
ଜୟ ଜଗନ୍ନାଥ ଭାଷି ଆମେ ପ୍ରଭୁ
ତବ ଗୁଣ ପାରୁଁ ଗାଇ।୭
ସ୍ବୟଂ ପାଇଁ ଚିନ୍ତା କେବେ ନ କରେଁ ମୁ
କର ଜଗତ କଲ୍ଯାଣ
ଏହି ଭାବଟିକ ଥାଉ ସଦାକାଲେ
ଜଗନ୍ନାଥ ନାରାୟଣ।୮
ସୁଧୀର ପଣ୍ଡା