ମୋହନଗିରି- (ମ.ପ୍ର) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡି.ଆଇ.ସି କାର୍ଯ୍ୟାଳୟ ସହଯୋଗରେ ପିତଳ ମୂର୍ତ୍ତି ତିଆରି ତାଲିମ କେନ୍ଦ୍ର ମୋହନ ଗିରି( ଦେଉଲପଡା) ଠାରେ ଉଦଘାଟିତ ହୋଇଛି। ଏହି ଅବସରରେ ମ.ରାମପୁର ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂହଦେଓ ଓ କଳାହାଣ୍ଡି ଜିଲ୍ଲା ଡି.ଆଇ.ସି ମୁଖ୍ୟ ଅଧିକାରୀ ଯୋଗଦାନ କରି ଏହାର ଶୁଭ ଉଦ୍ଘାଟନ କରିଥିଲେ। ଏହି ତାଲିମ କେନ୍ଦ୍ରର ଶିକ୍ଷକ ଦୁଷ୍ମନ୍ତ ମହାରଣା ମା କମଳିନୀ ସୟଂ ସହାୟକ ଗୋଷ୍ଠୀର ୧୪ ଜଣ ହିତାଧିକାରୀଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ଏକ ବର୍ଷ ତାଲିମ ପ୍ରଦାନ କରିବା ସହ ମାସକୁ ମାସ ତାଲିମ ବୃତ୍ତି ରାଶି ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ଡି.ଆଇ.ସି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।
(ରିପୋର୍ଟ ସୁବାସ ଚନ୍ଦ୍ର ମନହିରା,ମୋହନଗିରି ପ୍ରତିନିଧି)