ଥୁଆମୂଳ ରାମପୁର:- (ବଳଭଦ୍ର ବାଗଙ୍କ ରିପୋର୍ଟ )ଆଜି ଅଞ୍ଚଳର ସର୍ବସାଧାରଣଙ୍କ ବହୁ ଦିନର ଅପେକ୍ଷା ପରେ କଳାହାଣ୍ଡି ଜିଲ୍ଲା ଥିଆମୂଳ ରାମପୁର ମାଁ ମାଣିକେଶ୍ବରୀ ମନ୍ଦିରର ଶିଳାନ୍ୟାସ ଉତ୍ସଵ ଅନୁଷ୍ଠିତ ହୋଇଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଦ୍ଵାରା ଭିଡିଓ କନଫରେନ୍ସ ମାଧ୍ୟମରେ ଶିଳାନ୍ୟାସ 2କୋଟି ଟଙ୍କା ବ୍ୟୟରେ ଭବ୍ୟ ମନ୍ଦିରର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତିl ଜିଲ୍ଲାର ପ୍ରମୁଖ ଆଦ୍ୟାଶକ୍ତି ପୀଠ ତଥା ଆଠ ଶହ ବର୍ଷ ପୂର୍ବର ପୁରୁଣା ଲୋକଙ୍କ ବିଶ୍ୱାସ ଓ ଉପାସନାର ପ୍ରତୀକକୁ ବିଶ୍ୱାସ କରିଆସୁଥିଲେ। ସେହି ମାଁ ମାଣିକେଶ୍ବରୀ ପୂରାତନ ମନ୍ଦିର ଠାରେ ନୂତନ ମନ୍ଦିର ନିର୍ମାଣ ହେବ ସେନେଇ ଶିଳାନ୍ୟାସ ହୋଇଛି। ବହୁ ଦିନ ଅପେକ୍ଷା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଷ୍ଟି ଗୋଚର ହୋଇପାରିଛି।ଶିଳାନ୍ୟାସ କାର୍ଯ୍ଯକ୍ରମ ସଭାରେ ଉପସ୍ଥିତ ରହିଥିଲେ ମନ୍ତ୍ରୀ ନବ ଦାସ,ମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ର, ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର, ଧର୍ମଗଡ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି, ନର୍ଲା ବିଧାୟକ ଭୂପିନ୍ଦର ସିଂ ଓ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଜିଲ୍ଲାପାଳ ଡଃ ଗାଭାଲୀ ହର୍ଷଦ ପରାଗଙ୍କ ଉପସ୍ଥିତିରେ ଶିଳାନ୍ୟାସ ଉତ୍ସବ ହୋଇଯାଇଛି।ଏହି କାର୍ଯ୍ଯକ୍ରମରେ ସରକାରୀ କର୍ମକର୍ତ୍ତା ଦଳୀୟ ସଭ୍ଯ ସଭ୍ଯା ସମେତ୍ ଜନସାଧାରଣ ଯୋଗଦେଇଥିଲେ