ନୂଆପଡା-
ନୂଆପଡା ଜିଲ୍ଲା ସଦର ପୋଲିସକୁ ପୁଣି ଏକ ସଫଳତା ମିଳିଛି । ଦିନ ଦ୍ବିପ୍ରହରରେ ଜନଗହଳି ପୂର୍ଣ୍ଣ ଏକ ମୋବାଇଲ ଦୋକାନରୁ ୪ଟି ଦାମୀ ମୋବାଇଲ ଧରି ଚମ୍ପଟ ମାରି ଥିବା ୨ ଲୁଟେରାଙ୍କୁ ଗିରଫ କରିଛି ।ଗିରଫ ଲୁଟେରାମାନଙ୍କୁ ବଳାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଟିକ୍ରାପଡା ଗାଁରୁ ତୁଷାର କାନ୍ତ ସାହୁ ଓ ପରେଶ କଲସାଏଙ୍କୁ ଗିରଫ କରାଯାଇଛି ।(ନୂଆପଡ଼ା ରୁ ସୁଜିତ୍ କୁମାର ପ୍ରଧାନ)