ନୂଆପଡ଼ା -ଭାରତୀୟ ଜନତା ପାର୍ଟି ପକ୍ଷରୁ ଖଡ଼ିଆଳ ସ୍ଥିତ ଶ୍ରୀଜି ମଣ୍ଡପ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠତି ହୋଇଯାଇଅଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାର ଠାରେ ୧୦ ଗୋଟି ପ୍ରଶ୍ନ ରଖିଥିଲେ ବିଜେପି। ବିଜୁପକ୍କା ଘର ୨୬୯୫୮୩୬ ଘର ଓଡିଶା ରେ ପ୍ରଦାନ କରିଛନ୍ତି। ଆବାସ ପ୍ଲାସ ସାଇଟ ରେ କେନ୍ଦ୍ର ସରକାର ୬ ଥର ସମୟ ସୀମା ବୃଦ୍ଧି କରିଥିଲେ ମଧ୍ୟରେ ଓଡ଼ିଶାର ଲୋକ ବଞ୍ଚିତ ହୋଇଛନ୍ତି। ମୋଦି ସରକାର ନିଜର ସେୟାର ଦେଉଥିବା ବେଳେ ରାଜ୍ୟ ସରକାର ନିଜ ସେୟାର ଦେଉନଥିବା ଅଭିଯୋଗ କରିଛନ୍ତି। ଆବାସ ଗୃହରେ ୧୦୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଥିଲେ। ଆବାସ ଗୃହରେ ହାତ ଗୁଞ୍ଜନା, ଦୁର୍ନୀତି ଲିପ୍ତ ଥିବା ଅଧିକାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ଅଭିଯୋଗ କରିଛନ୍ତି। ବିଜୁପକ୍କା ଘର ହିତାଧିକାରୀଙ୍କ ତାଲିକା ସାର୍ଵଜନିନୀ କରିବାକୁ ଦାବୀ କରିଛନ୍ତି। ଆକାଂକ୍ଷା ଜିଲ୍ଲା ରେ ତାଲିକା ଶୂନ କରିଛନ୍ତି। ପାଂଚ ଗୋଟି ଜିଲ୍ଲାରେ ୧% ପ୍ରତିଶତ ଲକ୍ଷ ପୁରଣ କରିନାହାନ୍ତି। ୨୦୧୪ -୨୦୧୯ ସୁଧା ମୁଣ୍ଡରେ ପକ୍କା ଘର, ଭୂମିହୀନଙ୍କୁ ଜମି ପ୍ରଦାନ ଲକ୍ଷ ମଧ୍ଯ ପୂରଣ କରି ନଥିବା ବିଷୟ ଉପରେ ୧୦ ଗୋଟି ପ୍ରଶ୍ନ ଦେଇଥିଲେ। ଜିଲ୍ଲା ସଭାପତି ଶ୍ରୀ ସୁବ୍ରତ କୁମାର ଠାକୁର,ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି , କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବଦେଵ ସିଂ ଦେଓ , ନୂଆପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ରାତ୍ର ନନ୍ଦ ମନହୀରା ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତି ଥିଲେ ।( ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ)