ନୁଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଗତ ଗତ 5 ବର୍ଷ ହେଲା ବିନାୟକ ଏକାଡେମୀ ଶିକ୍ଷା ଅନୁଷ୍ଠାନ ଗଢି ଉଠିଛି । ଏହି ଶିକ୍ଷା ଅନୁଷ୍ଠାନ ରେ ପାଖାପାଖି 50 ଜଣ ଛାତ୍ରଛାତ୍ରୀ ଟୁଇସନ କରୁଛନ୍ତି । ଚଳିତ ବର୍ଷ ଏହି ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଏକ ବନ୍ଧୁମିଲନ କାର୍ଯ୍ୟକ୍ରମ ନୂଆପଡ଼ା ସ୍ଥିତ ପତରା ଯୋଗେଶ୍ୱର ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁମିଲନ କାର୍ଯ୍ୟକ୍ରମ ରେ ଶିକ୍ଷକ ସୁମିତ କୁମାର ମହଲା, ସୈଲ୍ୟ ପାଣିଗ୍ରାହୀ, ବଳଦେବ ବନ୍ଦିଛୋର ସମେତ ପ୍ରିୟଙ୍କା ଠାକୁର ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜ ମଧ୍ୟରେ ବନ୍ଧୁତ୍ୱ ଭାବ ସହିତ ଭାଇ ଚାରା ସୃଷ୍ଟି କରିବା ପାଇଁ ସଚେତନ କରିଥିଲେ । ଏହି ବନ୍ଧୁମିଲନ କାର୍ଯ୍ୟକ୍ରମ ରେ ନବମ, ଦଶମ ,ଏକାଦଶ ଓ ଦ୍ଵାଦଶ ରେ ଅଧ୍ୟୟନ କରୁଥିବା 50 ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।( ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ)
next post