ଢେଙ୍କାନାଳ/24/7-AITUC ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ସଦର ବ୍ଲକ ଢେଙ୍କାନାଳର ସପ୍ତମ ସମ୍ମିଳନୀ ରାମଜୀ ମଣ୍ଡପ ଢେଙ୍କାନାଳ ଠାରେ ଅଙ୍ଗନୱାଡି କର୍ମୀ ସଂଘର ସଭାନେତ୍ରୀ ସୁଜାତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ରାଜ୍ୟ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ ତାଙ୍କ ବକ୍ତବ୍ୟ ରଖିଥିଲେ l ସଂଘର ଲଗାତାର ଲଢେଇ ଫଳରେ ବହୁ ଦାବି ହାସଲ ହେଲେ ମଧ୍ୟ ଆଉ କିଛି ହାସଲ ହୋଇପାରିନାହିଁ l ଏହି ସଭାରେ ନୂତନ ଶିକ୍ଷାନୀତି 2020 ଅନୁସାରେ ଅଙ୍ଗନୱାଡିକୁ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରି ସମନ୍ୱୟ ଶିଶୁ ବିକାଶ ଯୋଜନାକୁ ପଙ୍ଗୁ କରିବା, ଅଙ୍ଗନୱାଡି କର୍ମୀଙ୍କୁ ୱାର୍କର ମାନ୍ୟତା, ମାସିକ ଭତ୍ତା ସର୍ବନିମ୍ନ 26000 ଟଙ୍କା, ମାସିକ ପେନସନ 10000 ଟଙ୍କା ଇତ୍ୟାଦି ବିରୁଦ୍ଧରେ ଆଲୋଚନା କରାଯାଇଥିଲା l ଏଥିପାଇଁ ଆଗାମୀ ଦିନରେ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ରାଜରାସ୍ତାକୁ ଓହ୍ଲାଇବା କଥା ରାଜ୍ୟ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ ମନ୍ତବ୍ୟ ପ୍ରଦାନ କରିଛନ୍ତି lଏହି ସଭାରେ ସଦର ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା ଭଉଣୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ l ଏହି ସଭାରେ ମଧ୍ୟ ଆଗାମୀ ଦିନ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଗଲା l ଯଥାକ୍ରମେ ସଭାପତି – ସୁଜାତା ନାୟକ, ଉପସଭାପତି -ମାନସୀ ମହାପାତ୍ର, ସମ୍ପାଦିକା – ଭାରତୀ ନାଏକ, ସହସମ୍ପାଦିକା- ପ୍ରତିମା ସାହୁ, କୋଷାଧକ୍ଷା- ପୁର୍ଣିମା ତ୍ରିପାଠୀ ଏମାନଙ୍କୁ ଆଗାମୀ ତିନି ବର୍ଷ ପାଇଁ ସର୍ବ ସମ୍ମତ୍ତି କ୍ରମେ କର୍ମକର୍ତ୍ତା ରୂପେ ନିର୍ବାଚନ କରାଗଲା ବୋଲିି ପ୍ରକାଶ ।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍