ଜୁନାଗଡ଼,୨୫/୭(ମ ନି ସ) ଜୁନାଗଡ଼ ସହର ଆରଏମସି ସଭାଗୃହ ଠାରେ ସିଡ(ସୋସାଇଟି ଫର ଏକୋନୋମିକାଲ ଆଣ୍ଡ ଏଜୁକେସନନାଲ ଡେପ୍ଲାପମେଣ୍ଟ)ଏକ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଥିଲା।ସଂଘର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ କରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଗଠନରେ ଅନେକ ସଦସ୍ୟ ଯୋଗ ଦେଇଥିଲେ।ଏଥିରେ ସମାଜର ଅର୍ଥନୈତିକ,ସାମାଜିକ ଅନଗ୍ରସରଙ୍କ ପାଇଁ ଶିକ୍ଷାର ଅଗ୍ରଗତି ପାଇଁ ସଂଗଠନ ସବୁବେଳେ ସହଯୋଗର ହାତ ବଢ଼େଇବ ବୋଲି ମତପ୍ରକାଶ ପାଇଥିଲା। ବିଶେଷ କରି ସମାଜର ଉତ୍ଥାନ ପାଇଁ ସଂଗଠନର ଭୂମିକା ନେଇ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସଭାପତି ଗୁଣନିଧି ସୁନାନୀ,ସମ୍ପାଦକ ବୃନ୍ଦାବନ ନାଗ,ଉପଦେଷ୍ଟା ରମେଶ ମହାନନ୍ଦ,ନେପାଳ ବାଗ,ଟିଳକରାମ ନିଆଲ,ଓ ବାସୁଦେବ ମୁଗ୍ରୀ,ଗୋବିନ୍ଦ ତାଣ୍ଡି,ଗୋବର୍ଦ୍ଧନ ବାଗ,ବସନ୍ତ ନିଆଲ,ହରିହର ଛୁରା,ଉଦେପ୍ରସାଦ ଜାଳ,ଧନଞ୍ଜୟ ନାୟକ,ରେଣୁରଞ୍ଜନ ବାଗ,ବଂକିଂମ ସାଗର,ପ୍ରକାଶ କୁମ୍ଭାର ଦାମୋଦର ବେହେରା ପ୍ରମୁଖ ସମେତ ସଂଗଠନର ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ।ବରୁଣ ସୁନା ଧନ୍ୟବାଦ ଦେଇଥିଲେ।
ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ