ନୂଆପଡା: ଦଳିତ ଅଧିକାର ମଞ୍ଚର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ବରେ ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ୫ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟ ହୋଇଥିବା ଚଲାନପଡା-ଗୋଇମୁଣ୍ଡି ହାଇସ୍କୁଲ ଖେଳପଡିଆର ଉନ୍ନତିକରଣ କରାଯାଇଥିଲେ ମଧ୍ୟ ସେଥିରେ ନିୟୋଜିତ ଶ୍ରମିକମାନେ ପାରିଶ୍ରମିକ ପାଇନାହାନ୍ତି । ତେଣୁ ଆସନ୍ତା ୮ ଦିନ ମଧ୍ୟରେ ଏହାର ତଦନ୍ତକରି ଶ୍ରମିକଙ୍କ ପାରିଶ୍ରମିକ ପ୍ରଦାନ କରିବା ପାଇଁ
ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଆସନ୍ତା ଦିନରେ ଯଦି ଶ୍ରମିକ ମାନଙ୍କ ପାଉଣା ନ ପାଇଲେ ଖଡ଼ିଆଳ ବ୍ଲକ କାର୍ଯ୍ୟଲୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି ।(ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ)